ଝାସୁଗୁଡ଼ା : ପଶ୍ଚିମ ଓଡ଼ିଶାର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ମିଟର ଥିଏଟର ବେଳପାହାଡ଼ର ରୌପ୍ୟ ଜୟନ୍ତୀ ପାଳନ ପାଇଁ ଲୋଗୋ ଉନ୍ମୋଚନ ହୋଇଛି। ଝାରସୁଗୁଡ଼ା ଜିଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ୧୯୯୪ ରୁ ଆରମ୍ଭ ହୋଇଥିଲା। ଏନେଇ ରବିବାର ଜିଲାପାଳ ବିଭୂତି ଭୂଷଣ ପଟ୍ଟନାୟକ ରୌପ୍ୟ ଜୟନ୍ତୀ ପାଳନ ପାଇଁ ଲୋଗୋ ଉନ୍ମୋଚନ କରିଥିଲେ। ଏହି ଅବସରରେ ଝାରସୁଗୁଡ଼ା ପ୍ରେସ କ୍ଲବର ସଭାପତି ସନ୍ତୋଷ ମିଶ୍ର, ସାଧାରଣ ସମ୍ପାଦକ ମେହେବୁବ ମେହେଟାବ , ଭାଗିରଥି ସାହୁ , ରାଜୀବ ସିଂହ ସମେତ ମିଟର ଥିଏଟରର ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ପ୍ରଧାନ ଓ ସନ୍ତୋଷ ସାହୁ ମଧ୍ୟ ଉପସ୍ଥିତ ଥିଲେ। ଆସନ୍ତା ଡ଼ିସେମ୍ବର ମାସରେ ଏହି ଥିଏଟର ପକ୍ଷରୁ ଏକ ଆନ୍ତର୍ଜାତିକ ନାଟକ ମହୋତ୍ସବ କରାଯିବ ବୋଲି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
Popular Categories



