www.samajalive.in
Sunday, December 7, 2025
26.1 C
Bhubaneswar

ପୃଥିବୀର ପଡ଼ୋଶୀ;ଯେଉଁଠି ୨୪ଘଣ୍ଟା ଦିନ ଓ ୨୪ଘଣ୍ଟା ରାତି

ନୂଆଦିଲ୍ଲୀ: ନାସାର ବୈଜ୍ଞାନିକଙ୍କୁ ଏଭଳି ଏକ ପଡ଼ୋଶୀର ସନ୍ଧାନ ପାଇଛନ୍ତି ଯେଉଁଠି ସମୁଦ୍ର ଓ ଏଲିୟନ ଥିବାର ସମ୍ଭାବନା ରହିଛି। ଏଭଳି ଏକ ଗ୍ରହ ଯେଉଁଠି ୨୪ଘଣ୍ଟା ଦିନ ଓ ୨୪ଘଣ୍ଟା ରାତି। ଦିନରେ ପଣି ରାତିରେ ବରଫ। ଦିନରେ ତାପମାତ୍ରା ୩୦ଡିଗ୍ରୀ ଓ ରାତିରେ ସର୍ବନିମ୍ନ -୯୦ଡିଗ୍ରୀ ସେଣ୍ଟିଗ୍ରେଡ଼ରେ ପହଞ୍ôଚ ଯାଏ।
ବୈଜ୍ଞାନିକଙ୍କ ମତ ଅନୁଯାୟୀ ଏହି ଗ୍ରହ ପୃଥିବୀର ନିକଟରେ ରହିଛି। ପୃଥିବୀଠାରୁ ମାତ୍ର ୪.୨ପ୍ରକାଶ ବର୍ଷ ଦୂରରେ ଅବସ୍ଥିତ ଏହି ଗ୍ରହର ନାମ “ପ୍ରୋକସିମା ବି’ ଅଟେ। ଏହି ଗ୍ରହରେ ବିଶାଳ ସମୁଦ୍ର ଓ ଜୀବ ଜନ୍ତୁର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ଯେତେବେଳେ ଜୀବନର ସନ୍ଧାନ ମିଳିଛି ସେତେବେଳେ ଜୀବ ଜନ୍ତୁଙ୍କ ଅନୁସଙ୍ଗିକ ଅବଶ୍ୟକତାର ସନ୍ଧାନକୁ ନେଇ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି। ନାସାର “ଗୋଡ଼ାର୍ଡ ଇନ୍ସଟିଚ୍ୟୁଟ ଫର ସ୍ପେସ ଷ୍ଟାଡିଜ୍‍’ ର ମହାକାଶ ବୈଜ୍ଞାନିକ ଡେଲ ଜୋନୟୋ ତାଙ୍କ ଅଧ୍ୟୟନରେ ଏହି ଗ୍ରହରେ ଜୀବନ ସମ୍ଭବ ବୋଲି ଦୃଢୋକ୍ତି କରିଛନ୍ତି। ଏଭଳି ଗ୍ରହରେ ଏଲିୟନ ବସବାସ କରୁଥିବା ସମ୍ଭାବନା ରହିଛି ବୋଲି ବୈଜ୍ଞାନିକ ଆଶା ପ୍ରକାଶ କରିଛନ୍ତି। ୨୦୧୬ରେ ଏହି ଗ୍ରହର ସନ୍ଧାନ ମିଳିଥିଲା। ତା’ପରଠାରୁ ଏହି ଗ୍ରହକୁ ନେଇ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି। ଅଦ୍ୟାବଧି ଯେତେଗୁଡ଼ିକ ଅଧ୍ୟୟନ ପ୍ରୋକସିମା-ବିକୁ ନେଇ ହୋଇଛି ସବୁଥିରେ ଉକ୍ତ ଗ୍ରହରେ ପାଣି ଥିବା ପ୍ରମାଣିତ ହୋଇଛି। ବୈଜ୍ଞାନିକଙ୍କ ଏହି ଯୁକ୍ତି ଯଦି ବାସ୍ତବରେ ସତ୍ୟ ପ୍ରମାଣିତ ହୁଏ ତେବେ ଏହା ମାନବଜାତୀ ପାଇଁ ବଡ଼ ସଫଳତା ନିଶ୍ଚିତ ଏଥିରେ ସନ୍ଦେହ ନାହିଁ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories