ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କୁ ପିଟି ପିଟି ହତ୍ୟା

0

ଆହ୍ଲାବାଦ: ଆହ୍ଲାବାଦରେ ଜଣେ ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଘଟଣା ସମ୍ନାକୁ ଆସିଛି। ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ନାମ ହେଲା ଅବଦୁଲ ସମଦ ଖାନ । ସେ କୌଣସି କାର୍ୟ୍ୟ ପାଇଁ ବାହାରକୁ ଯାଉଥିବା ବେଳେ ତାଙ୍କ ପଡୋଶୀ ଜୁନେଦ୍ ଅନ୍ୟ ସହଯୋଗୀଙ୍କ ସହ ଆକ୍ରମଣ କରିଥିଲା । ଦୁର୍ବୃତ୍ତମାନେ ଅତ୍ୟନ୍ତ ନୃଶଂସ ଭାବେ ତାଙ୍କୁ ପିଟିପିଟି ଗୁରୁତର ଅବସ୍ଥାରେ ଛାଡି ପଳାଇଥିଲେ । ସେହି ସମୟରେ ରାସ୍ତା ଦେଇ ଅନେକ ଲୋକ ଯିବା ଆସିବା କରୁଥିବା ମଧ୍ୟ କେହି ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିନଥିଲେ । କୌଣସି ସୂତ୍ରରୁ ଖବର ପାଇଁ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଜମିଜମା ମାମଲାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଶୁଣିବାକୁ ମିଳିଛି ।

ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କୁ ମାଡ ମରାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଶୁଣିବାକୁ ମିଳିଛି ଯେ, ଅଭିଯୁକ୍ତ ପଡୋଶୀ ଜୁ​‌ନେଦ ଅପରାଧିକ ପ୍ରବୃତିର ଏବଂ ସେ ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କୁ ଜୀବନରୁ ମାରି ଦେବାକୁ ପୂର୍ବରୁ ଧମକ ଦେଇଥିଲେ । ଏହି ଘଟଣାରେ ସ୍ଥାନୀୟ ପୁଲିସ ସଂପୃକ୍ତ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରି ଗିରଫ କରିବାକୁ ଚେଷ୍ଟା ଚଳାଇଛି । ଅଭିଯୁକ୍ତମାନେ ଏପର୍ୟ୍ୟନ୍ତ ଫେରାର ରହିଥିବା ଜଣାପଡିଛି ।

Leave A Reply