କାନ୍ଥରୁ ଲିଭି ନାହିଁ ବାହା ଲେଖା; ଗର୍ଭବତୀ ପତ୍ନୀକୁ ହତ୍ୟା କଲା ସ୍ବାମୀ
ମନମୁଣ୍ଡା: ବାହାଘର କେଇମାସ ଯାଇନାହିଁ । କାନ୍ଥରୁ ଲିଭିନାହିଁ ବାହା ବେଳେ ଲେଖା ଯାଇଥିବା ଚିତ୍ର । ବଳରାମ ସହିତ କବିତାର ଶୁଭ ବିବାହ କିନ୍ତୁ କେଇମାସ ପରେ ଅଶୁଭ ହୋଇ ଯାଇଛି । ୯ ମାସର ଗର୍ଭବତୀ ପତ୍ନୀଙ୍କୁ ହତ୍ୟା କରିଛି ଜହ୍ଲାଦ ସ୍ବାମୀ । ଆଉ କେଇଦିନ ପରେ ଆଲୋକ ଦେଖିବାକୁ ଅପେକ୍ଷା କରିଥିବା ଶିଶୁଟି ମଧ୍ୟ ମା ଗର୍ଭରେ ମୃତ୍ୟୁବରଣ କରିଛି । ମୃତ୍ୟୁ ଖବର ପାଇଁ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପତ୍ନୀ କବିତାଙ୍କ ମୃତ୍ୟୁ ପରେ ଅଭିଯୁକ୍ତ ସ୍ୱାମୀ ବଳରାମ ଫେରାର ରହିଛି । ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ପୁଲିସ ଏକ ମାମଲା ରୁଜୁ କରିଛି ।
ଘଟଣାଟି ହେଉଛି ବୌଦ୍ଧ ଜିଲା ଅନ୍ତର୍ଗତ ମନମୁଣ୍ଡା ଅଞ୍ଚଳର । ଏହି ଥାନା ଅନ୍ତର୍ଗତ ରକ୍ସା ଗାଁରେ ବଳରାମ ନାମକ ଜଣେ ବ୍ୟକ୍ତି ତାର ପତ୍ନୀ କବିତା ମେହେରକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । କବିତାଙ୍କ ପରିବାର ଲୋକ ଥାନାରେ କରିଥିବା ଅଭିଯୋଗ ଅନୁସାରେ ବାହାଘର ପରଠାରୁ ହିଁ କବିତାକୁ ଶ୍ୱଶୁର ଘର ଲୋକ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ । ବାରମ୍ବାର ଏଭଳି ଅଭିଯୋଗ କରିବାରୁ କବିତାର ବାପା ଝିଅ ଓ ଜ୍ୱାଇଁଙ୍କୁ ସେ ନିଜ ଘରକୁ ଡାକି ଆଣିଥିଲେ । ଏଥିରେ କବିତାର ଶ୍ୱଶୁର ଘର ଲୋକ ଅଧିକ କ୍ରୋଧିତ ହୋଇଥିଲେ । ତେଣୁ ବଳରାମ ଯୋଜନା କରି କବିତାଙ୍କୁ ହତ୍ୟା କରିଛି ବୋଲି ତାଙ୍କ ପରିବାର ଅଭିଯୋଗ କରିଛନ୍ତି ।
Comments are closed.