www.samajalive.in
Saturday, December 6, 2025
17.1 C
Bhubaneswar

ଶ୍ରେୟାଶଙ୍କୁ ପୁଣି ଅଣଦେଖା, ଏସିଆ କପ୍ ପରେ ମୁମ୍ବାଇ ଅଧିନାୟକ ପଦରୁ ବାଦ୍ ପଡ଼ିଲେ

ମୁମ୍ବାଇ: ଯୁବ ତାରକା ଶ୍ରେୟଶ ଆୟରଙ୍କୁ ପୁଣି ଅଣଦେଖା । ଏସିଆ କପ୍ କ୍ରିକେଟ ପାଇଁ ଦଳରୁ ବାଦ୍ ପଡ଼ିବା ପରେ ଏବେ ଆଉ ଏକ ଝଟକା ଲାଗିଛି । ମୁମ୍ବାଇ ଟିମର ନିୟମିତ ଅଧିନାୟକ ଅଜିଙ୍କ୍ୟ ରାହାଣେ ତାଙ୍କ ପଦରୁ ଓହରି ଯିବା ପରେ ଶ୍ରେୟଶ ଅଧିନାୟକ ହେବେ ବୋଲି ସମସ୍ତେ ଆଶା ରଖିଥିଲେ । ମାତ୍ର ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ମୁମ୍ବାଇର ଅଧିନାୟକ ଦାୟିତ୍ୱ ତୁଲାଇବେ ବୋଲି ସୂଚନା ମିଳିଛି । ଦୁଲୀପ ଟ୍ରଫି ୨୦୨୫ରେ ଶ୍ରେୟାଶଙ୍କୁ ପଶ୍ଚିମାଂଚଳର ଅଧିନାୟକ ନିଯୁକ୍ତ କରାଯାଇଥିଲା । ସୟେଦ ମୁସ୍ତାକ ଅଲୀ ଟ୍ରଫି ଓ ବିଜୟ ହଜାରେ ଟ୍ରଫିରେ ମଧ୍ୟ ଶ୍ରେୟାଶ ଅଧିନାୟକ ଦାୟିତ୍ୱ ତୁଲାଇଥିଲେ ।

ମୁମ୍ବାଇ ଚୟନ କମିଟି କଣ ପାଇଁ ଶ୍ରେୟାଶଙ୍କୁ ଏହି ଦାୟିତ୍ୱ ପ୍ରଦାନ କଲେନି ତାହା ବୁଝା ପଡୁନି । ୨୦୨୪ରେ ଶ୍ରେୟାଶ ବିସିସିଆଇ ସେଂଟ୍ରାଲ କଂଟ୍ରାକ୍ଟରୁ ମଧ୍ୟ ବାଦ ପଡିଥିଲେ । ପରେ ସେ ତାଙ୍କ ତ୍ରୁଟି ସୁଧାରି ଘରୋଇ କ୍ରିକେଟ, ଆଇପିଏଲ ଓ ଅନ୍ତର୍ଜାତୀୟ ମ୍ୟାଚରେ ଭଲ ପ୍ରଦର୍ଶନ ଜାରୀ ରଖିଛନ୍ତି । ଚାମ୍ପିଅନ୍ସ ଟ୍ରଫିରେ ସେ ସର୍ବାଧିକ ରନ ସଂଗ୍ରହ କରି ଭାରତକୁ ଚାମ୍ପିୟନ କରାଇବାରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ୨୦୨୫ ଆଇପିଏଲରେ ସେ ୬୦୦ ରୁ ଅଧିକ ରନ୍ ସ୍କୋର କରିଥିଲେ । ତେବେ ଶ୍ରେୟାଶ ଆୟାରଙ୍କୁ ବାରମ୍ବାର ଅଣଦେଖା କରିବା ଅନେକ ପ୍ରଶ୍ନ ସଷ୍ଟି କରୁଛି ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories