www.samajalive.in
Sunday, December 7, 2025
26.1 C
Bhubaneswar

ଅଟୋ-ରିକ୍ସାରେ ଘରୋଇ ସୁବିଧା

ମୁମ୍ବଇ : ଜଣେ ଅଟୋରିକ୍ସାଚାଳକଙ୍କୁ ନେଇ ମୁମ୍ବଇ ମହାନଗରୀରେ ଆଜିକାଲି ଖୁବ୍‌ ଚର୍ଚ୍ଚା। ୨୦୧୫ରେ ଜଣେ ଅଟୋଚାଳକ ଯାତ୍ରୀଙ୍କୁ ମାଗଣା ୱାଇ-ଫାଇ ଓ ଅନ୍ୟ ସୁବିଧା ଦେଇ ଚର୍ଚ୍ଚାକୁ ଆସିଥିବାବେଳେ ଚଳିତ ବର୍ଷ ପ୍ରାରମ୍ଭରେ ପୁଣେର ଜଣେ ଅଟୋରିକ୍ସାଚାଳକ ଗାଡ଼ିକୁ ପରିବେଶ ଅନୁକୂଳ କରିବା ପାଇଁ ଗଛ ଓ ଫୁଲରେ ସଜାଇ ଚର୍ଚ୍ଚିତ ହୋଇଥିଲେ। ସମ୍ପ୍ରତି ସତ୍ୟବାନ ଗୀତେ ନାମକ ମୁମ୍ବଇର ଜଣେ ଅଟୋଚାଳକ ନିଜ ଗାଡ଼ିରେ ଯାତ୍ରୀଙ୍କ ସ୍ବାଚ୍ଛନ୍ଦ୍ୟ ଯାତ୍ରା ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି। ଗୀତେ ଏଥିରେ ହାତଧୁଆ ବେସିନ୍‌, ସ୍ବଚ୍ଛ ପାନୀୟ ଜଳ ବ୍ୟବସ୍ଥା, ଗଛ, ପଙ୍ଖା, ମୋବାଇଲ ଫୋନ୍‌ ଚାର୍ଜର, ସଙ୍ଗୀତ ଶୁଣିବା ପାଇଁ ବ୍ଲୁ-ଟୁଥ୍‌ ସ୍ପିକର, ଡେକ୍ସ ଟପ୍‌ ମନିଟର, ଟିଭି ଆଦି ଖଞ୍ଜିଛନ୍ତି। ଏହାକୁ ସେ ‘ପ୍ରଥମ ଘରୋଇ ସୁବିଧା ମିଳୁଥିବା ଅଟୋ ରିକ୍ସା’ ବୋଲି ଗୀତେ କହୁଛନ୍ତି। ବରିଷ୍ଠ ନାଗରିକଙ୍କ ପାଇଁ ଗୋଟିଏ କିଲୋମିଟର ମାଗଣା ଯାତ୍ରା ବ୍ୟବସ୍ଥା କରିଛନ୍ତି। ଅଟୋ ପଛରେ ‘ମୁମ୍ବଇର ପ୍ରଥମ ଘରୋଇ ସୁବିଧା ମିଳୁଥିବା ବା ପ୍ରଥମ ହୋମ୍‌ ସିଷ୍ଟ ଅଟୋ ରିକ୍ସା ବୋଲି ଉଲ୍ଲେଖ କରିବା ସହ ସେ ପ୍ରଦାନ କରୁଥିବା ସେବା ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଯାତ୍ରୀମାନେ ଏହାର ସଦୁପଯୋଗ କରିବା ସହ ସାମାଜିକ ଗଣମାଧ୍ୟମରେ ଗୀତେଙ୍କୁ ପ୍ରଶଂସା କରି ମତ ଦେଉଛନ୍ତି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories