ମୁମ୍ବଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବଇର ସମୁଦ୍ର ତଟରେ କିଛି ଦିନ ଧରି ଆତଙ୍କ ସୃଷ୍ଟି କରିଛି ବ୍ଲୁ ବଟଲ ଜେଲିଫିସ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଆତଙ୍କ ସୃଷ୍ଟି ହୋଇଛି। ମାତ୍ର କିଛି ଦିନ ବ୍ୟବଧାନରେ ଏହି ସାମୁଦ୍ରିକ ଜନ୍ତୁ ଏକାଧିକ ପର୍ଯ୍ୟଟକଙ୍କୁ ଆକ୍ରମଣ କରିଛି। ପର୍ତ୍ତୁଗୀଜ-ମେନ-ଅଫ-ୱାର ନାମରେ ପରିଚିତ ଏହି ସ୍ୱତନ୍ତ୍ର ପ୍ରଜାତିର ଜେଲିଫିସର ଚୋଟରେ ମଣିଷ ଶରୀରରେ ପ୍ରବଳ ଯନ୍ତ୍ରଣା ଅନୁଭବ ହୋଇଥାଏ। ଅଥଚ ଜେଲିଫିସର ଚୋଟରେ ସାମୁଦ୍ରିକ ମାଛର ମୃତ୍ୟୁ ହୋଇଥିଲେ ମଧ୍ୟ ମଣିଷ ଶରୀରରେ କେବଳ ଯନ୍ତ୍ରଣା ଅନୁଭୂତ ହୋଇଥାଏ। ଏହି ଯନ୍ତ୍ରଣା ଲାଘବ କରିବାକୁ କ୍ଷତସ୍ଥାନରେ ବେଶ୍ କିଛି ସମୟ ଧରି ଲେମ୍ବୁ ଘସିବା ଦ୍ୱାରା ଆହତଙ୍କୁ କିଛି ମାତ୍ରାରେ ଆରାମ ମିଳିଥାଏ।
ମୌସୁମୀ ସମୟରେ ମୁମ୍ବଇ ସମୁଦ୍ର ତଟରେ ପ୍ରତି ବର୍ଷ ଏହି ଜେଲିଫିସର ଆଗମନ ହେଉଥିଲେ ମଧ୍ୟ ଚଳିତ ବର୍ଷ ଆକଳନ ଅପେକ୍ଷା ଅଧିକ ସଂଖ୍ୟାରେ ପହଞ୍ôଚଛନ୍ତି। ଫଳରେ ମାତ୍ର ଦୁଇ ଦିନ ମଧ୍ୟରେ ୧୫୦ରୁ ଊଦ୍ଧ୍ୱର୍ ଲୋକ ଏହାର ଶିକାର ହୋଇଛନ୍ତି। ଏଭଳି ପରିସ୍ଥିତିରେ ସମୁଦ୍ର ଭିତରକୁ ନଯିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।
ମୁମ୍ବଇ ସମୁଦ୍ର ତଟର ଆତଙ୍କ ବ୍ଲୁ ବଟଲ ଜେଲିଫିସ୍; ୨ଦିନରେ ୧୫୦ଆହତ
Popular Categories



