www.samajalive.in
Sunday, December 14, 2025
19.1 C
Bhubaneswar

ଜାଣନ୍ତୁ, ବର୍ଷର ଶେଷ ସୂର୍ଯ୍ୟ ପରାଗରେ କ’ଣ ରହିବ ରାଶି ମାନଙ୍କ ଉପରେ ପ୍ରଭାବ

୨୦୧୮ରେ ତିନୋଟି ସୂର୍ଯ୍ୟ ପରାଗ ପଡିଥିଲେ ମଧ୍ୟ ଅଗଷ୍ଟ ୧୧ତାରିଖରେ ବର୍ଷର ଶେଷ ସୂର୍ଯ୍ୟପରାଗ ପଡୁଛି। ଏହା ପୂର୍ବରୁ ଫେବୃଆରୀ ୧୫ ଓ ଜୁଲାଇ ୧୩ରେ ଦୁଇଟି ସୂର୍ଯ୍ୟ ପରାଗ ହୋଇସାରିଛି। ଅଗଷ୍ଟ ୧୧ ବର୍ଷର ଶେଷ ସୂର୍ଯ୍ୟ ପରାଗ ହେବା ସତ୍ତ୍ବେ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ ବୋଲି ସୂଚନା ମିଳିଛି। ଏହି ପରାଗ ଉତ୍ତର ଆମେରିକା, ଦକ୍ଷିଣ କୋରିଆ, ଚୀନ ଓ ଲଣ୍ଡନ ଇତ୍ୟାଦି ଦେଶରେ ଦୃଶ୍ୟମାନ ହେବ।
୨୦୧୯ରେ ମଧ୍ୟ ତିନୋଟି ସୂର୍ଯ୍ୟ ପରାଗ:
ଭାରତୀୟ ସମୟ ଅନୁଯାୟୀ,  ସୂର୍ଯ୍ୟ ପରାଗ ଅଗଷ୍ଟ ୧୦ତାରିଖ ରାତି ୧.୩୨ମିନିଟରେ ଆରମ୍ଭ ହେବ। କିନ୍ତୁ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ। ରାଶି ଉପରେ ପ୍ରଭାବ:
ଭାରତରେ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେଉନ ଥିଲେ ମଧ୍ୟ ଏହାର ପ୍ରଭାବ ସମସ୍ତ ରାଶି ମାନଙ୍କ ପଡିବ। ମେଷ ରାଶିର ବ୍ୟକ୍ତିମାନେ ଏହିଦିନ ଅତ୍ୟନ୍ତ ବ୍ୟସ୍ତ ରହିବେ। ବୃଷ ରାଶିର ବ୍ୟକ୍ତିମାନଙ୍କୁ ଧନପ୍ରାପ୍ତି ହେବାର ଯୋଗ ରହିଛି। ମିଥୁନ ରାଶିର ବ୍ୟକ୍ତିମାନଙ୍କର ସବୁ କ୍ଷେତ୍ରରେ କ୍ଷତି ହେବାର ସମ୍ଭାବନା ରହିଛି। କର୍କଟ ରାଶିର ବ୍ୟକ୍ତିମାନେ କୌଣସି ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ସିଂହ ରାଶିର ବ୍ୟକ୍ତିମାନେ ବ୍ୟବସାୟ କ୍ଷେତ୍ରରେ ସାମାନ୍ୟ ଉନ୍ନତି ହେବାର ସମ୍ଭାବନା ରହିଛି। କନ୍ୟା ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ଦିନ ଅତ୍ୟନ୍ତ ଶୁଭ ଫଳ ଦେବ। ତୁଳା ରାଶିର ବ୍ୟକ୍ତିମାନଙ୍କୁ କାର୍ଯ୍ୟକ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ। ବିଛା ରାଶିର ବ୍ୟକ୍ତିମାନେ ଅନ୍ୟ ଦ୍ୱାରା ଅପଦସ୍ଥ ହୋଇ ପାରନ୍ତି। ଧନୁ ରାଶିର ବ୍ୟକ୍ତିମାନେ ଏହିଦିନ ସ୍ୱାସ୍ଥ୍ୟ ସମ୍ବନ୍ଧିତ କଷ୍ଟ ପାଇବେ। ମକର ରାଶିର ବ୍ୟକ୍ତିଙ୍କ ଦାମ୍ପତ୍ୟ ଜୀବନରେ ଅସୁବିଧା ହେବ। କୁମ୍ଭ ରାଶିର ବ୍ୟକ୍ତିମାନଙ୍କୁ ସବୁ ପ୍ରକାର ସୁଖ ପ୍ରାପ୍ତ ହେବ। ମୀନ ରାଶିର ବ୍ୟକ୍ତିମାନେ ମାନସିକ ଚିନ୍ତାଗ୍ରସ୍ତ ହେବେ।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories