www.samajalive.in
Sunday, December 14, 2025
17.1 C
Bhubaneswar

ଭୁଶୁଡି ପଡିବା ଭୟ! ସରକାରୀ କାର୍ଯ୍ୟାଳୟ ଛାତରୁ ଛାଡୁଛି ଛେଲା, ଓହଳିଛି ଛଡ

ମୁଖୀଗୁଡା- କଳାହାଣ୍ଡି ଜିଲ୍ଲା ଜୟପାଟଣା ଉପନିବନ୍ଧନ କାର୍ଯ୍ୟାଳୟ କୋଠା ବିପଦ ସଂକୁଳ ଅବସ୍ଥାରେ ରହିଛି ।ଏହି କାର୍ଯ୍ୟାଳୟ ଉପରେ ଜୟପାଟଣା ତହସିଲ ଅଞ୍ଚଳର ଲୋକେ ଜମି କିଣାବିକା ତଥା ଅନ୍ୟାନ୍ୟ କାମ ଉପରେ ନିର୍ଭର କରୁଛନ୍ତି । କାର୍ଯ୍ୟାଳୟ ରୁ ସରକାର ବାର୍ଷିକ ପ୍ରlୟ ଏକ କୋଟି ଟଙ୍କାର ରାଜସ୍ୱ ପାଉଛନ୍ତି । ହେଲେ କାର୍ଯ୍ୟାଳୟ କୋଠା ମରାମତି ଦିଗରେ ଧ୍ୟାନ ଦିଆଯାଇ ନ ଥିବା ଅଭିଯୋଗ ହେଉଛି ।

୧୯୯୪ ମସିହାରେ ନିର୍ମିତ ଏହି କୋଠା ମରାମତି ଅଭାବରୁ ବର୍ଷା ଦିନେ ପାଣି ଗଳୁ ଥିବାବେଳେ ଛାତରୁ ସିମେଣ୍ଟ ପ୍ଲାଷ୍ଟର ଖସିୁଛି, ଦିନରେ କାର୍ଯ୍ୟାଳୟକୁ ଆସୁଥିବା ଲୋକ ଏବଂ ସରକାରୀ କର୍ମଚାରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି । ରେକର୍ଡ ରୁମର ଛାତର କିଛି ଅଂଶ ସିମେଣ୍ଟ ପ୍ଲାଷ୍ଟର ଖସି ଲୁହାଛଡ଼ ଓହଳି ଗଲାଣି । ୧୯୬୫ ମସିହାରୁ ଥିବା ଅନେକ ଦରକାରୀ କାଗଜପତ୍ର ନଷ୍ଟ ହେବାକୁ ବସିଲାଣି । କେତେବେଳେ ଛାତ ସମ୍ପୂର୍ଣ୍ଣ ଗଳି ପଡିବ ସେହି ଆଶଙ୍କାରେ ସେଠାରେ କାମ କରୁଥିବା କର୍ମଚାରୀ ଏବଂ କାମ ପାଇଁ ଆସୁଥିବା ସାଧାରଣଲୋକ ।

- Advertisement -

ବ୍ୟାପକ ରାଜସ୍ୱ ଆଦାୟ ଏବଂ କାର୍ଯ୍ୟାଳୟ ତରଫରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ ପରେ ମଧ୍ୟ ଜୟପାଟଣା ଉପନିବନ୍ଧନ କାର୍ଯ୍ୟାଳୟ କୋଠା ମରାମତି କିମ୍ବା ନୂତନ କୋଠା ନିର୍ମାଣ ନହେବା ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଜୟପାଟଣା ଉପନିବନ୍ଧନ କାର୍ଯ୍ୟାଳୟ କୋଠା ମରାମତି କାମ ତୁରନ୍ତ କରିବା ଦିଗରେ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories