ନିର୍ଭୟା ମାମଲା: ମୁକେଶର ପିଟିଶନ ଖାରଜ କଲେ ସୁପ୍ରିମକୋର୍ଟ, ଫାଶୀରୁ ବର୍ତ୍ତିବା ରାସ୍ତା ବନ୍ଦ

ନୂଆଦିଲ୍ଲୀ: ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀ ମଧ୍ୟରୁ ମୁକେଶ ସିଂହ ଫାଶୀ ପାଇବା ନିଶ୍ଚିତ ହୋଇଛି। ସୁପ୍ରିମକୋର୍ଟ ତା’ର ଆବେଦନକୁ ବୁଧବାର ଖାରଜ କରିଦେଇଛନ୍ତି। ରାଷ୍ଟ୍ରପତି ରାଜକ୍ଷମା ଆବେଦନ ନାକଚ କରିଦେଇଥିବାରୁ ଏହାକୁ ଚ୍ୟାଲେଞ୍ଜ କରି ମୁକେଶ ସୁପ୍ରିକୋର୍ଟରେ ପିଟିଶନ ଦାଖଲ କରିଥିଲା। ସୁପ୍ରିମକୋର୍ଟ ଏହାର ଶୁଣାଣି କରି ପିଟିଶନ ଉପରେ କୌଣସି ସମୀକ୍ଷା କରିବା କିମ୍ବା ବିଚାର କରିବାକୁ ମନା କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ କରିବାର କୌଣସି ଆବଶ୍ୟକତା ନାହିଁ। ରାଷ୍ଟ୍ରପତିଙ୍କ ନିଷ୍ପତ୍ତିରେ କୌଣସି ଚଞ୍ଚଳତା ହୋଇଥିବା ଦେଖାଯାଉ ନାହିଁ। ସେ ସମସ୍ତ କାଗଜପତ୍ର ଦେଖି ନିଷ୍ପତ୍ତି ନେଇଛନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଅନ୍ୟପଟେ ନିର୍ଭୟା ମାମଲା ଅନ୍ୟତମ ଦୋଷୀ ଅକ୍ଷୟ କୁମାର ସିଂହ ଫାଶୀର ୩ଦିନ ପୂର୍ବରୁ ସୁପ୍ରିମକୋର୍ଟରେ ସଂଶୋଧକ ପିଟିଶନ ଦାଖଲ କରିଥିବା ତିହାର ଜେଲ୍‌ ଅଧିକାରୀଙ୍କଠାରୁ ସୂଚନା ମିଳିଛି।

Comments are closed.