ମୁଗାବେଙ୍କ ବିରୋଧରେ ହୀରା ଲୁଟ ଅଭିଯୋଗ

0

ହାରାରେ : ହୀରା ଲୁଟ ମାମଲାରେ ଜିମ୍ବାୱେର ପୂର୍ବତନ ଶାସକ ରୋବର୍ଟ ମୁଗାବେ ଦେଶର ସଂସଦୀୟ କମିଟି ସମ୍ମୁଖରେ ହାଜର ହୋଇଛନ୍ତି। ତାଙ୍କ ଶାସନକାଳରେ ଦେଶର ପୂର୍ବାଞ୍ଚଳରୁ ହୀରା ଲୁଟ୍‌ ଘଟଣା ସମ୍ପର୍କରେ କମିଟି ସମ୍ମୁଖରେ ବିବରଣୀ ଉପସ୍ଥାପନ କରିବାକୁ ମୁଗାବେଙ୍କୁ ପୂର୍ବରୁ ସମନ ଜାରି କରାଯାଇଥିଲା। ଉକ୍ତ ଅଞ୍ଚଳରୁ ପ୍ରାୟ ୧୫ ବିଲିୟନ ଡଲାର ମୂଲ୍ୟର ହୀରା ଲୁଟ ହୋଇଥିବା ମୁଗାବେ କମିଟି ସମ୍ମୁଖରେ ପ୍ରକାଶ କରିଛନ୍ତି। କିନ୍ତୁ କମିଟି ତାଙ୍କ ସ୍ୱଳ୍ପ ଉତ୍ତରରେ ସନ୍ତୁଷ୍ଟ ହୋଇ ନାହିଁ। ମେ’୯ରେ ମୁଗାବେଙ୍କୁ ପୁନଃ କମିଟି ସମ୍ମୁଖରେ ଉପସ୍ଥିତ ହେବାକୁ ପଡିବ। ହୀରା ଲୁଟ ମାମଲାରେ ପ୍ରଥମ ଥର ଲାଗି ମୁଗାବେଙ୍କୁ ସରକାରଙ୍କ ପକ୍ଷରୁ ସମନ ଜାରି କରାଯାଇଥିଲା।

Leave A Reply