www.samajalive.in
Sunday, December 14, 2025
17.1 C
Bhubaneswar

ଏମଏସଏସ ବିଦ୍ୟାପୀଠ ସ୍କାଉଟ ରାଜ୍ୟପାଳଙ୍କ ଦ୍ୱାରା ପୁରସ୍କୃତ

ଆଠଗଡ :  ଆଠଗଡ ବ୍ଲକର ଯୋରନ୍ଦାସ୍ଥିତ ମାଧବ ସାମନ୍ତ ସିଂହାର ବିଦ୍ୟାପୀଠର ସ୍କାଉଟ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜ୍ୟପାଳଙ୍କ ଦ୍ୱାରା ପୁରସ୍କୃତ ହୋଇଥିବା ଜଣାପଡିଛି । ରାଜଭବନର ଅଭିଷେକ ହଲ୍‌‌ରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌‌ ଏମଏସଏସ ବିଦ୍ୟାପୀଠର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଦିପ୍ତୀମୟୀ ନାୟକ ଓ ସ୍କାଉଟ ମାଷ୍ଟର ସନ୍ତୋଷ କୁମାର ତ୍ରିପାଠୀଙ୍କୁ ପୁରସ୍କୃତ କରିଥିଲେ । ୨୦୨୨ଶିକ୍ଷାବର୍ଷରେ ବିଦ୍ୟାଳୟର ଶିବାଜୀ ସ୍କାଉଟ ଟ୍ରୁପ୍‌‌ ବିଦ୍ୟାଳୟ ତଥା ବିଭିନ୍ନ ଗ୍ରାମାଞ୍ଚଳରେ ବୃକ୍ଷ ଚାରା  ରୋପଣ, ତମାଖୁ ବର୍ଜନ, ବନ୍ୟଜନ୍ତୁ ସଂରକ୍ଷଣ, ବାଦୁଡି କ୍ଲବ ମାଧ୍ୟମରେ ବାଦୁଡିଙ୍କ ସଂରକ୍ଷଣ, ଜଳଛତ୍ର ମାଧ୍ୟମରେ ଜଳଦାନ ଓ ବାଲ୍ୟବିବାହ ବିରୋଧ ଭଳି ବହୁ ସଚେତନଧର୍ମୀ କାର୍ଯ୍ୟ କରି ପ୍ରଧାନମନ୍ତ୍ରୀ ଫଳକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବାରୁ ସେମାନଙ୍କୁ ରାଜ୍ୟପାଳ ପୁରସ୍କୃତ କରିଥିଲେ ବୋଲି ଜଣାପଡିଛି । ଏହି ଉତ୍ସବରେ ଶିବାଜୀ ସ୍କାଉଟ ଟ୍ରୁପର ୧୦ଜଣ ଓ ୫ଜଣ ଗାଇଡ ମଧ୍ୟ ଯୋଗଦାନ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories