www.samajalive.in
Monday, December 15, 2025
27.1 C
Bhubaneswar

ରାମଲୀଳାର ୭୫ବର୍ଷ ପୂର୍ତ୍ତି ସମାରୋହ ଉଦ୍‌‌ଯାପିତ

ଆଠଗଡ : ଆଠଗଡର ବହୁ ପୁରାତନ ଶ୍ରୀ ରଘୁନାଥ ଜୀଉ ମନ୍ଦିର ପ୍ରାଙ୍ଗଣରେ ରଘୁନାଥ ଜୀଉ ରାମଲୀଳା ନାଟ୍ୟ ସଂଘର ୭୫ ବର୍ଷ ପୂର୍ତ୍ତି ଅବସରରେ ଗତ ୧୭ ଦିନ ଧରି ଚାଲିଥିବା ସମାରୋହ ରାତିରେ ଉଦ୍‌‌ଯାପିତ ହୋଇଯାଇଛି। ରାମନବମୀଠାରୁ ଚାଲିଥିବା ଏହି ଲୀଳା ଶ୍ରୀରାମ ଜନ୍ମଠାରୁ ଆରମ୍ଭ ହୋଇ ରାବଣ ବଧ ଓ ଶ୍ରୀରାମଙ୍କ ରାଜ୍ୟ ଅଭିଷେକରେ ଶେଷ ହୋଇଛି। ଶନିବାର ଉଦ୍‌‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟଅତିଥି, ବିଶିଷ୍ଟ ସାହିତ୍ୟିକ ଡଃ ନାରାୟଣ ପଣ୍ଡା, ମୁଖ୍ୟବକ୍ତା, ସୁନାମଧନ୍ୟ ଗୀତିକାର ରାଧାନାଥ ଦାସ, ଉପନଗରପାଳ, ଯୁବ ସଂଗଠକ ପ୍ରକାଶ ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଙ୍କ ମାର୍ଗଦର୍ଶନକୁ ଆଧାର କରି ସମାଜରେ ଏକ ସୁସ୍ଥ ପରମ୍ପରା ସୃଷ୍ଟି କରିବା ଲାଗି ପରାମର୍ଶ ଦେଇଥିଲେ। ଶ୍ରୀରାମଙ୍କ ଦ୍ୱାରା ପ୍ରତିଷ୍ଠିତ ସମାଜ ଏବଂ ପ୍ରଣିତ ସାମାଜିକ ତତ୍ତ୍ୱ ଓ ରାଜକାର୍ଯ୍ୟ ବିଶ୍ୱବନ୍ଦିତ ବୋଲି ଅତିଥିଗଣ କହିବା ସହ ଏହା ଭାରତୀୟ ସଂସ୍କୃତିକୁ ରୁଦ୍ଧିମନ୍ତ କରିଛି ବୋଲି ମତବ୍ୟକ୍ତ କରିଥିଲେ। ଏହି ରାମଲୀଳ ଦ୍ୱାରା ଆଠଗଡ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହିତ ଭାଇଚାରା ସୁଦୃଢ କରିବାରେ ସହାୟକ ହୋଇଛି ବୋଲି ସେମାନେ ପ୍ରକାଶ କରିଥିଲେ।

ସଂଘର ସଭାପତି ପ୍ରଭାକର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅନୁଷ୍ଠାନର ପୂଜ୍ୟଗୁରୁ ସ୍ୱର୍ଗତ ରାହାସ ବିହାରୀ ନାୟକ, ସଭାପତି କାଶିନାଥ ପ୍ରଧାନ, ପ୍ରତିଷ୍ଠାତା ସଭ୍ୟ ପଠାଣୀ ସିଠ, କେତି ଦେଇଙ୍କ ସ୍ମୃତିଚାରଣ କରି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବର୍ଷିୟାନ କଳାକାର ତଥା ନାଟ୍ୟଗୁରୁ ସଦାନନ୍ଦ ସାହୁ, ଅଭିରାମ ବେହେରା, ସୁବାସ ବେହେରା ଓ ତ୍ରିଲୋଚନ ପ୍ରଧାନ ପ୍ରମୁଖଙ୍କୁ ମନ୍ତ୍ରୀ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହାଛଡା ବର୍ତ୍ତମାନ ଏହି ପୌରାଣିକ ଲୋକକଳାକୁ ବଞ୍ଚାଇ ରଖିଥିବା ୧୦ଜଣ କଳାକାରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ସଭ୍ୟ ସତ୍ୟପ୍ରସାଦ ରଥଙ୍କ ମଞ୍ଚ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂପାଦକ ସଂଘର ବିବରଣୀ ଉପସ୍ଥାପନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories