www.samajalive.in
Wednesday, December 10, 2025
23.1 C
Bhubaneswar

୫୦ ନିୟୁତ ଅଣୁ, କ୍ଷ୍ରୁଦ୍ର ଓ ମଧ୍ୟମ ବ୍ୟବସାୟକୁ ଡିଜିଟାଲ୍ ରୂପାନ୍ତରିତ କରାଯିବ

ମୁମ୍ବଇ: ଜିଓ ବିଜନେସ୍ ପକ୍ଷରୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ ଲାଗି ଏକ ସମନ୍ୱିତ ସେବା ପ୍ରଦାନ ଆରମ୍ଭ କରାଯାଇଛି। ଏହା ମୂଳତଃ ତିନିଟି ସ୍ତମ୍ଭ ଉପରେ ପର୍ଯ୍ୟବେସିତ, ଯାହମଧ୍ୟରେ ରହିଛିି, ଏଂଟରପ୍ରାଇଜ୍-ମାନର ଫାଇବର୍ ସଂଯୋଗ ଯାହା ଭଏସ୍ ଓ ଡାଟା ସେବା ପ୍ରଦାନ କରିବ; ଡିଜିଟାଲ୍ ସମାଧାନ ଯାହା ଏଂଟରପ୍ରାଇଜ୍କୁ ପରିଚାଳନା କରିବ ଏବଂ ସେମାନଙ୍କ ବ୍ୟବସାୟକୁ ବଢ଼ାଇବାରେ ସହାୟକ ହେବ; ଡିଭାଇସ୍ ଯାହା ଏମଏସ୍ଏମବିଗୁଡ଼ିକୁ ଅଗ୍ରଣୀ ଡିଜିଟାଲ୍ ସମାଧାନ ପ୍ରଦାନ କରିବ।
ଜିଓ ନିର୍ଦ୍ଦେଶକ ଆକାଶ ଅମ୍ବାନୀ କହିଛନ୍ତି ଯେ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ ସଂସ୍ଥାଗୁଡ଼ିକ ହେଉଛି ଭାରତୀୟ ଅର୍ଥନୀତିର ଭିତିପ୍ରସ୍ତର। ବର୍ତମାନ ଏକ ସମନ୍ୱିତ ଡିଜିଟାଲ୍ ସେବା ପ୍ରଦାନ ଏବଂ ଉନ୍ନତ ତଥା ଅତ୍ୟାଧୁନିକ ଏଂଟରପ୍ରାଇଜ୍ ସୁବିଧା ଆପଣାଇବା ପାଇଁ ସୁବିଧା ଓ ଜ୍ଞାନର ଅଭାବ ଥିବାରୁ ସେମାନେ ନିଜ ବ୍ୟବସାୟକୁ ପ୍ରଭାବଶାଳୀ ଢଙ୍ଗରେ ଚଲାଇବା ଲାଗି ଡିଜିଟାଲ୍ ଜ୍ଞାନକୌଶଳର ସଦୂପଯୋଗ କରିପାରୁନାହାନ୍ତି। ଏବେ, ଜିଓ ବିଜନେସ୍ ସମନ୍ୱିତ ଏଂଟରପ୍ରାଇଜ୍ ମାନର ଭଏସ୍ ଓ ଡାଟା ସେବା, ଡିଜିଟାଲ୍ ସମାଧାନ ଏବଂ ଡିଭାଇସ୍ ବ୍ୟବସ୍ଥା କ୍ଷୁଦ୍ର ବ୍ୟବସାୟଗୁଡିକୁ ଯୋଗାଇ ଏହି ଅଭାବକୁ ଦୂର କରିବ। ଏଥିସହିତ ସହଜରେ ବ୍ୟବହାରଯୋଗ୍ୟ ଏହି ଡିଜିଟାଲ୍ ସମାଧାନ ସେମାନଙ୍କୁ ନିଜ ବ୍ୟବସାୟ ପ୍ରଭାବଶାଳୀ ଢଙ୍ଗରେ ଚଳାଇବା ଏବଂ ବଡ଼ ବଡ ସଂସ୍ଥାଗୁଡ଼ିକ ସହ ପ୍ରତିଦ୍ୱନ୍ଦ୍ୱିତା କରିବାରେ ସହାୟକ ହେବ।
ଜିଓ ବିଜନେସ୍ର ନୂଆ ପ୍ଲାନ୍ଗୁଡିକ ମଧ୍ୟରେ ରହିଛି କ୍ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ ୯୦୧ ଟଙ୍କାରୁ ଆରମ୍ଭ ହେଉଥିବା ବ୍ରଡ୍ବ୍ୟାଣ୍ଡ୍ ଓ ଭଏସ୍ କଲ୍ ଅଫର। ଜିଓର ଏହି ପ୍ଲାନ୍ ସହିତ କ୍ଷୁଦ୍ର ବ୍ୟବସାୟଗୁଡିକୁ ୧୦୦ ଏମ୍ବିପିଏସ୍ର ଅପ୍ଲୋଡ୍ ଓ ଡାଉନ୍ଲୋଡ୍ ଇଂଟରନେଟ୍ ସ୍ପିଡ୍ ସହିତ ଅସୀମିତ ଭଏସ୍ କଲିଙ୍ଗ୍ ସୁବିଧା ରହିଥିବା ହାଇସ୍ପିଡ୍ ବ୍ରଡ୍ବ୍ୟାଣ୍ଡ୍ ସଂଯୋଗ ଉପଲବ୍ଧ ହେଉଛି।
ଜିଓ ବିଜନେସର ପ୍ରମୁଖ ଲାଭଜନକ ଉପାଦାନଗୁଡିକ ମଧ୍ୟରେ ରହିଛି ଉନ୍ନତ ଗ୍ରାହକ ଅନୁଭୂତି: ଉନ୍ନତ ଗ୍ରାହକ ସମ୍ପର୍କ ସହିତ ଗ୍ରାହକଙ୍କ ଜୀବନଚକ୍ରରେ ଉନ୍ନତ ସମ୍ପର୍କ; ବ୍ୟବସାୟ ଅନଲାଇନ୍କୁ ନେବା ଏବଂ ରାଜସ୍ୱ ବଢ଼ାଇବା ସୁବିଧା: ବ୍ୟବସାୟକୁ ଅନଲାଇନ୍ରେ ସନ୍ଧାନରେ ଉପଲବ୍ଧ ହେବା ଯୋଗ୍ୟ କରିବା; ୨୪ ଘଂଟା ପରିଚାଳନା: କର୍ମଚାରୀ, ଗ୍ରାହକ ଏବଂ ବ୍ୟବସାୟକୁ ଯେକୌଣସି ସମୟରେ ଯେକୌଣସି ସ୍ଥାନରୁ ପରିଚାଳନା କରିବା ସୁବିଧା; ବ୍ୟବସାୟ ଦକ୍ଷତାରେ ଉନ୍ନତି: ବ୍ୟବସାୟ ବଢ଼ାଇବା ଲାଗି ଡିଜିଟାଲ୍ ସମାଧାନର ଉପଯୋଗ କରିବା ଏବଂ ଖର୍ଚ୍ଚ କମାଇବା ତଥା ଡିଜିଟାଲ୍ ସମାଧାନ ଜରିଆରେ ଉତ୍ପାଦକତା ବଢ଼ାଇବା।

Hot this week

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

ସୀମା ଟପିଲା ବର୍ବରତା: ୬ବର୍ଷର ଝିଅ ସହିତ ନିର୍ଭୟା ପରି ଘଟଣା

ସମାଜ ଡିଜିଟାଲ ଡେସ୍କ: ଗୁଜୁରାଟର ରାଜକୋଟରେ ଚାଞ୍ଚଲ୍ୟ । ଜଣେ ନିର୍ଦ୍ଦୋଷ,...

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

Related Articles

Popular Categories