www.samajalive.in
Wednesday, December 10, 2025
23.1 C
Bhubaneswar

ଏପ୍ରିଲ ୧ରୁ ଲାଗୁହେବ ୫ଟି ନୂଆ ଆୟକର ନିୟମ

ନୂଆଦିଲ୍ଲୀ: ଆଗାମୀ ଏପ୍ରିଲ ପହିଲାରୁ ଦେଶରେ ୫ଟି ନୂଆ ଆୟକର ନିୟମ ଲାଗୁହେବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବର୍ଷ ଉପସ୍ଥାପିତ ବଜେଟ୍‍ରେ ଏହି ନିୟମଗୁଡିକ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ରଖିଥିଲେ। ଯେଉଁମାନେ ଆୟକର ରିଟଣ୍ଣ ଦାଖଲ କରୁନାହାନ୍ତି, ସେମାନଙ୍କର ଅଧିକ ଟିଡିଏସ୍‍ (ଟ୍ୟାକ୍ସ ଡିଡକ୍‍ଟେଡ ଆଟ ସୋର୍ସ) କଟାଯିବ। ସେହିଭଳି ଯେଉଁମାନେ ଇପିଏଫ ଆକାଉଣ୍ଟରେ ବର୍ଷକୁ ୨.୫ ଲକ୍ଷ ଟଙ୍କାରୁ ଅଧିକ ରଖୁଛନ୍ତି ତାହା ଉପରେ ଟିକସ ଲାଗିବ।
୭୫ ବର୍ଷ ବା ତଦୁଦ୍ଧ୍ୱର୍ ବୟସର ବରିଷ୍ଠ ନାଗରିକ ଯଦି ଗୋଟିଏ ବ୍ୟାଙ୍କରେ ସ୍ଥାୟୀ ଜମା ରଖି ତାହାର ସୁଧ ଏବଂ ସେହି ବ୍ୟାଙ୍କରୁ ପେନ୍‍ସନ ଅର୍ଥ ଉଠାଉଥାନ୍ତି ତେବେ ଏପ୍ରିଲ ୧ରୁ ତାଙ୍କୁ ଆଉ ଆୟକର ରିଟଣ୍ଣ ଦାଖଲ କରିବାକୁ ପଡିବନାହିଁ। ଏଥିସହିତ ବ୍ୟକ୍ତିଗତ ଟିକସଦାତାଙ୍କୁ ପ୍ରି-ଫାଇଲ୍‍ଡ ଆୟକର ରିଟଣ୍ଣ (ଆଇଟିଆର) ପ୍ରଦାନ କରାଯିବ। ଟିକସଦାତା ଯେଭଳି ସହଜରେ ଆୟକର ଦାଖଲ ସମ୍ପର୍କିତ ସମସ୍ତ କାଯ୍ୟଁ ସଂପାଦନ କରିପାରିବେ, ସେଥିପାଇଁ ବେତନ ବାବଦ ଉପାର୍ଜନ, ଟିକସ ପୈଠ, ଟିଡିଏସ୍‍ ଆଦି ଏହି ପୂର୍ବରୁ ପୂରଣ କରାଯାଇଥିବା ଆୟକର ରିଟଣ୍ଣରେ ଆସିବ। ରିଟଣ୍ଣ ପ୍ରକ୍ରିୟାକୁ ଅଧିକ ସହଜ କରିବା ପାଇଁ ତାଲିକାଭୁକ୍ତ ପ୍ରତିଭୂତିରୁ ହେଉଥିବା ଆୟ, ଲାଭାଂଶ ବାବଦ ଆୟ, ବ୍ୟାଙ୍କରୁ ମିଳୁଥିବା ସୁଧ, ଡାକଘରୁ ପ୍ରାପ୍ତ ସୁଧ ଆଦି ସମ୍ପର୍କରେ ମଧ୍ୟ ପୂର୍ବରୁ ପୂରଣ କରାଯିବ। ଏହାଦ୍ୱାରା ଆୟକର ରିଟଣ୍ଣ ଅଧିକ ସହଜ ହୋଇପାରିବ।
କେନ୍ଦ୍ର ସରକାର ଏଲଟିସି ବାବଦ ନଗଦ ଅର୍ଥକୁ ଟିକସମୁକ୍ତ କରିବାକୁ ଚଳିତ ବର୍ଷ ବଜେଟରେ ପ୍ରସ୍ତାବ ରଖିଛନ୍ତି। କୋଭିଡ କାରଣରୁ ଏଲଟିସି ସୁବିଧା ନେଇପାରିନଥିବା ବ୍ୟକ୍ତିଙ୍କ ପାଇଁ ଗତବର୍ଷ ଏହି ଯୋଜନା ଘୋଷଣା କରାଯାଇଥିଲା।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories