www.samajalive.in
Monday, December 8, 2025
24.1 C
Bhubaneswar

ଆନ୍ତର୍ଜାତୀୟ କ୍ରୀକେଟରୁ ଅବସର ଘୋଷଣା କଲେ ମହେନ୍ଦ୍ର ସିଂ ଧୋନୀ

ଭୁବନେଶ୍ବର: ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି ଭାରତୀୟ ଲୋକପ୍ରିୟ କ୍ରିକେଟ୍‌ ତାରକା ମହେନ୍ଦ୍ର ସିଂ ଧୋନୀ(ମାହୀ)। ଏହା ପୂର୍ବରୁ ସେ ଟେଷ୍ଟ କ୍ରିକେଟ୍‌ରୁ ଅବସର ନେଇଥିଲେ। ଆଜି ସ୍ବାଧୀନତା ଦିବସ ପାଳନ ଅବସରରେ କ୍ରିକେଟକୁ ଅଲବିଦା କହିବା ସହିତ ଆନ୍ତର୍ଜାତୀୟ କ୍ରିକେଟରୁ ମହେନ୍ଦ୍ର ସିଂ ଧୋନୀ ସନ୍ନ୍ୟାସ ନେଇଛନ୍ତି। ଏଣିକି ଆଉ କ୍ରିକେଟ୍‌ ପଡିଆରେ ହେଲିକପ୍ଟର ସର୍ଟ ଆଉ ଦେଖିବାକୁ ମିଳିବ ନାହିଁ। ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି ।
ଆଜି ସାରା ଦେଶ ୭୪ ତମ ସ୍ୱାଧୀନତା ଦିବସ ପାଳନ କରୁଥିବାବେଳେ ଭାରତୀୟ କ୍ରିକେଟର ସବୁଠାରୁ ଲୋକପ୍ରିୟ କ୍ରିକେଟିୟରଙ୍କ ମଧ୍ୟରେ ପରିଗଣିତ ମହେନ୍ଦ୍ର ସିଂ ଧୋନୀ ସବୁପ୍ରକାରର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି, ଯାହାଙ୍କୁ ଭାରତୀୟ କ୍ରିକେଟ ଦଳର ସଫଳତମ ଅଧିନାୟକ ବୋଲି କୁହାଯାଉଛି।
ମହେନ୍ଦ୍ର ସିଂ ଧୋନୀଙ୍କ ସମୟରେ ଭାରତ ବିଶ୍ୱକପ କ୍ରିକେଟ, ଟି-୨୦ ବିଶ୍ୱକପ କ୍ରିକେଟ, ୨୦୧୩ ଆଇସିସି ଚାମ୍ପିୟନ୍ସ ଟ୍ରଫି, ଦୁଇଥର ଏସିଆ କପ, ଟେଷ୍ଟ କ୍ରିକେଟରେ ଏକ ନମ୍ବର ମାନ୍ୟତା ପାଇବାରେ ସଫଳ ହୋଇଥିଲା।
ଫଟାଫଟ କ୍ରିକେଟରେ ହେଲିକପ୍ଟର ସର୍ଟ ମାରି ଚର୍ଚ୍ଚାରେ ରହୁଥିବା ଧୋନୀଙ୍କ ସନ୍ନ୍ୟାସ ନେବା ଘଟଣା ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଉଦାସୀନତା ଭରିଦେଇଛି। ତେବେ ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ପୂର୍ବରୁ ସେ ଆନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories