www.samajalive.in
Saturday, December 6, 2025
26.1 C
Bhubaneswar

ମାତ୍ର ୨୭ ଟଙ୍କାରେ ବଜାରରେ ଉପଲବ୍ଧ ହେବ କରୋନା ଔଷଧ, ଉତ୍ପାଦନ ପାଇଁ ଏହି ଭାରତୀୟ କମ୍ପାନୀକୁ ମିଳିଛି ଅନୁମତି

ନୂଆଦିଲ୍ଲୀ : କରୋନା ମହାମାରୀ ଟୀକା ବାହାର କରିବା ପାଇଁ ଭାରତ ସମେତ ଅନେକ ଦେଶ ଚେଷ୍ଟା ଜାରି ରଖିଛନ୍ତି। ଅନ୍ୟପକ୍ଷରେ ଗତ କିଛି ମାସ ମଧ୍ୟରେ କରୋନା ଚିକିତ୍ସା ପାଇଁ ଅନେକ ଔଷଧ ମଧ୍ୟ ବାହାରିଛି। କରୋନା ଚିକିତ୍ସାରେ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଥିବା ଡ୍ରଗ୍ ଫାଭିପିରଭିର ବିଭିନ୍ନ କମ୍ପାନୀ ଭିନ୍ନଭିନ୍ନ ନାମରେ ବଜାରକୁ ଲଞ୍ଚ କରିଛନ୍ତି। କମ୍ପାନୀଗୁଡିକ ମଧ୍ୟରେ ଏମଏସଏନ ଗ୍ରୁପ୍ ବ୍ୟତୀତ ସିପ୍ଲା, ହେଟେରୋ, ଗ୍ଲେନମାର୍କ, ଜେନୱାର୍କ ଫାର୍ମା ଇତ୍ୟାଦି ଅନ୍ତର୍ଭୁକ୍ତ ରହିଛି। ବର୍ତ୍ତମାନ ସୁଦ୍ଧା ଏହି ଟ୍ୟାବଲେଟ୍ ପିଛା ୩୩ ରୁ ୭୫ ଟଙ୍କା ମୂଲ୍ୟରେ ବଜାରରେ ଉପଲବ୍ଧ। ଗୁରୁବାର ଦିନ ଏମଏସଏନ ଗ୍ରୁପ୍ ‘ଫାଭିଲୋ’ ନାମକ ସବୁଠାରୁ ଶସ୍ତା ଔଷଧ ଲଞ୍ଚ କରିଛି। କିନ୍ତୁ ବର୍ତ୍ତମାନ ଅନ୍ୟ ଏକ କମ୍ପାନୀ ଶସ୍ତା ମୂଲ୍ୟରେ ଔଷଧ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି।

ମିଳିଥିବା ସୂଚନା ଅନୁଯାୟୀ, ହାଇଦ୍ରାବାଦ ସ୍ଥିତ ଲି-ଫାର୍ମା କମ୍ପାନୀ ଆଣ୍ଟି-ଭାଇରାଲ ଔଷଧ ଫାଭିପିରଭିର କୁ ଫାରାଭିର ନାମରେ ଲଞ୍ଚ କରିବ। ଏହା ୨୦୦ ମିଗ୍ରା ଟାବଲେଟରେ ଉପଲବ୍ଧ ହେବ, ଯାହାର ମୂଲ୍ୟ ଟ୍ୟାବଲେଟ୍ ପିଛା ମାତ୍ର ୨୭ ଟଙ୍କା  ରହିବ। ବର୍ତ୍ତମାନ ସୁଦ୍ଧା ଏହା ଲଞ୍ଚ ହେବା ନେଇ ଘୋଷଣା କରାଯାଇଛି। କିନ୍ତୁ ଏହି ଘୋଷଣା ଅନୁଯାୟୀ ଯଦି ଔଷଧର ମୂଲ୍ୟ ସମାନ ରହେ, ତେବେ ଏହା ସବୁଠାରୁ ଶସ୍ତା ଫାଭିପ୍ରାଭିର ଔଷଧ ହୋଇପାରେ। ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଶସ୍ତା ଔଷଧ ଏମଏସଏନ ଗ୍ରୁପ୍ ରହିଛି।

- Advertisement -

ସୂଚନାଯୋଗ୍ୟ, ଫଭିପିରାଭିର ଔଷଧ ଇନଫ୍ଲୁଏଞ୍ଜା (ଭୂତାଣୁ ଦ୍ବାରା ସଂକ୍ରମିତ ଜ୍ବର) ପାଇଁ ବ୍ୟବହୃତ ହେଉଛି। ଜାପାନିଜ୍ କମ୍ପାନୀ ଫୁଜିଫିଲ୍ମ ହୋଲଡିଂ କର୍ପ (FHC) ଏହାକୁ ବହୁ ପରିମାଣରେ ଉତ୍ପାଦନ କରେ। ଏଫଏଚସି ଏହି ଔଷଧକୁ ବଜାରରେ ଆଭିଗାନ୍ ନାମରେ ବିକ୍ରି କରେ। କରୋନା ଚିକିତ୍ସାରେ ଏହାର ସଫଳ ପରୀକ୍ଷା ପରେ ସାମାନ୍ୟ ଏବଂ ମଧ୍ୟମ ଲକ୍ଷଣ ଥିବା ରୋଗୀଙ୍କ ଚିକିତ୍ସାରେ ଏହି ଔଷଧ ବ୍ୟବହାର କରାଯାଉଛି। ଡିଜିସିଆଇ ରୁ ଅନୁମୋଦନ ପାଇବା ପରେ ଅନେକ କମ୍ପାନୀ ବିଭିନ୍ନ ନାମରେ ଔଷଧ ବଜାରରେ ଲଞ୍ଚ କରିଛନ୍ତି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories