www.samajalive.in
Monday, December 15, 2025
14.1 C
Bhubaneswar

ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ : ସାଂସଦ ସସ୍ମିତ ପାତ୍ର

ଭୁବନେଶ୍ୱର :  ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ । ବାଣପୁରରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଘଟାଇଥିବା କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ। ବିଜୁ ଜନତାଦଳ ଏହାକୁ ଦୃଢ ନିନ୍ଦା କରୁଛି। ବିଜେଡି ସାଂସଦ ଡ. ସସ୍ମିତ ପାତ୍ର ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣାକୁ ଦୃଢ଼ ଭାଷାରେ ନିନ୍ଦା କରିଛନ୍ତି । ସେ କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ପୁଲିସ ଓ ପ୍ରଶାସନ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଡ. ପାତ୍ର କହିଛନ୍ତି।

ଡ. ପାତ୍ର ଆଜିର ଘଟଣାରେ ଆହତ ହୋଇଥିବା ଲୋକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏଭଳି କାର୍ଯ୍ୟ ପାଇଁ ପ୍ରଶାନ୍ତ ଜଗଦ୍ଦେବ ପୂର୍ବରୁ ବିଜେଡିରୁ ନିଲମ୍ବିତ ହୋଇଥିଲେ। ତେବେ ସେ ଏ ପର୍ଯ୍ୟନ୍ତ ଚେତି ନାହାନ୍ତି। ଠିକ୍ ସମୟରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସାଂସଦ ଡ. ପାତ୍ର କହିଛନ୍ତି । ଆଜିର ଘଟଣାକୁ ଅତ୍ୟନ୍ତ ଲୋମହର୍ଷକାରୀ ଓ ବିଭତ୍ସ ବୋଲି ସାଂସଦ ପାତ୍ର ବର୍ଣ୍ଣନା କରିଛନ୍ତି ।

- Advertisement -

ସୂଚନାଯୋଗ୍ୟ, ଆଜି ବାଣପୁର ବ୍ଲକ ନିକଟରେ ବିଧାୟକ ପ୍ରଶାନ୍ତ ଜଗଦେବ ଲୋକଙ୍କ ଉପରେ ଗାଡ଼ିମଡ଼ାଇ ଦେଇଥିଲେ। ଗାଡ଼ି ଧକ୍କାରେ ମୋଟ୍‍ ୨୭ ଜଣ ଲୋକ ଆହତ ହୋଇଛନ୍ତି। ତେବେ ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସବୁଠାରୁ ବଡ଼ କଥା ହେଉଛି ଆହତଙ୍କ ମଧ୍ୟରେ ଜଣେ ଆଇଆଇସିଙ୍କ ସହ ୭ଜଣ ପୁଲିସ କର୍ମଚାରୀ ଅଛନ୍ତି । ବିଧାୟକଙ୍କ ଗାଡ଼ି ଆଗରୁ ମଧ୍ୟ ବର୍ତ୍ତିନାହନ୍ତି ସାମ୍ବାଦିକ। ୨ଜଣ ସମ୍ବାଦିକ ମଧ୍ୟ ଏହି ଘଟଣାରେ ଆହତ ହୋଇଛନ୍ତି ।

ଅନ୍ୟମାନେ ବିଭିନ୍ନ ଦଳର ସମର୍ଥକ ହୋଇଥିବା ଜଣାପଡ଼ିଛି । ଘଟଣାକୁ ନେଇ ବାଲୁଗାଁ ଏସଡିପିଓ  କହିଛନ୍ତି ବିଧାୟକ ଗାଡ଼ି ମଡ଼ାଇଦେବାରୁ ୨୭ ଜଣ ଆହତ ହୋଇଛନ୍ତି। ଏଥିରେ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ୨ଜଣ ସାମ୍ବାଦିକଙ୍କ ସହ ୧୫ ଜଣ ବିଜେପି କର୍ମୀ ଓ ଜଣେ ବିଜେଡି କର୍ମୀ ଆହତ ହୋଇଛନ୍ତି ବୋଲି ଏସଡିପିଓ ସୂଚନା ଦେଇଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories