www.samajalive.in
Saturday, December 13, 2025
15.1 C
Bhubaneswar

ଲାଞ୍ଜିଗଡ ବ୍ଲକ ନୂଆ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ କମଳା ପାତ୍ର

ଲାଞ୍ଜିଗଡ: ଆଜି ଲାଞ୍ଜିଗଡ଼ ବ୍ଲକର ନୂଆ ଅଧ୍ୟକ୍ଷ ଭାବେ କମଳା ପାତ୍ର ନିର୍ବାଚିତ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ୬ଟି ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ପୋଖରୀବନ୍ଧ ସମିତି ସଭ୍ୟ କମଳା ପାତ୍ର ବିଜୟୀ ହେବା ପରେ ତାଙ୍କୁ ବିଭିନ୍ନ ମହଲରୁ ସ୍ବାଗତ, ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି।
ଆଜି ବ୍ଲକ ଅଧ୍ୟକ୍ଷା ନିର୍ବାଚନରେ ସରଗରମ ହୋଇଉଠିଥିଲା ଲାଞ୍ଜିଗଡ ରାଜନୀତି। ଆଜି ସକାଳ ୯ଟାରେ ଅଜ୍ଞାତବାସରେ ଥିବା ୨୬ଗୋଟି ପଞ୍ଚାୟତରେ ନିର୍ବାଚିତ ହୋଇଥିବା ପ୍ରାର୍ଥିମାନଙ୍କୁ ଅଣାଯାଇଥିଲା ଭୋଟ କେନ୍ଦ୍ରକୁ। ଦିନ ୧୨ଟାରେ ନାମାଙ୍କନ ପତ୍ର ଦାଖଲ ହୋଇଥିଲା। ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାଝୀ ଓ ପୋଖରୀବନ୍ଧ ସମିତିସଭ୍ୟ ପ୍ରାର୍ଥୀ କମଳା ପାତ୍ର ୨ଜଣ ନାମଙ୍କନ ପତ୍ର ଦାଖଲ କରିଥିଲେ। ଦିନ ୧ଟାରେ ଭୋଟ ଗ୍ରହଣ କରାଯିବା ପରେ ଭୋଟ ଗଣିତି ହୋଇଥିଲା। ଏଥିରେ କମଳା ପାତ୍ର ୧୬ଖଣ୍ଡ ଭୋଟ ପାଇଥିବା ବେଳେ ଶ୍ରୀମତୀ ମାଝୀ ୧୦ଖଣ୍ଡ ଭୋଟ ପାଇଥିଲେ। ୬ଖଣ୍ଡ ଭୋଟରେ କମଳା ପାତ୍ର ବିଜୟ ଲାଭ କରିଥିଲେ। କମଳା ପାତ୍ରଙ୍କ ବିଜୟ ପରେ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଥିଲା।

ବ୍ଲକ ଅଧ୍ୟକ୍ଷାକୁ ନେଇ ଲୋକେ ପରିବର୍ତ୍ତନ ଚାହୁଁଥିବା ବେଳେ ବ୍ଲକରେ ଥିବା କଂଗ୍ରେସ, ବିଜେଡି ଓ ବିଜେପିର ଏକ ମିଳିତ ମଞ୍ଚ ଗଠନ କରାଯାଇଥିଲା। କମଳା ପାତ୍ରଙ୍କୁ ପୋଖରୀବନ୍ଧ ପଞ୍ଚାୟତରେ ନିଦ୍ୱର୍ନ୍ଦରେ ନିର୍ବାଚିତ କରାଯାଇଥିଲା ଓ ତାଙ୍କୁ ସମିତି ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ଠିଆ କରାଯାଇଥିଲା। ସମସ୍ତଙ୍କ ସହଯୋଗରେ ଆଜି ସେ ୬ଖଣ୍ଡ ଭୋଟରେ ବିଜୟଲାଭ କରିଛନ୍ତି। ଆଜିର ଏହି ନିର୍ବାଚନ କାର୍ଯ୍ୟକ୍ରମରେ ଥୁଆମୁଳ ରାମପୁର ବିଡିଓ ଶୁଭକାନ୍ତ ନାଏକ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ ତୁଲାଇ ଥିଲେ। ନିର୍ବାଚନ ସମୟରେ ଶାନ୍ତି ଶୃଖଳା ରକ୍ଷା ପାଇଁ ଲାଞ୍ଜିଗଡ ଥାନାଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ନେତୃତ୍ୱରେ ଆଇଆରବି ପୁଲିସ ମୁତୟନ କରାଯାଇଥିଲା।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories