www.samajalive.in
Sunday, November 16, 2025
15.1 C
Bhubaneswar

ଦେଶରେ ପ୍ରଥମ ଘଟଣା : ମତଦାତାଙ୍କୁ ଲାଞ୍ଚ ଅଭିଯୋଗରେ ସାଂସଦ ଦୋଷୀ

ହାଇଦରାବାଦ : ନିର୍ବାଚନ ସମୟରେ ଭୋଟ ହାତେଇବା ଲାଗି ମତଦାତା (ଭୋଟର)ଙ୍କୁ ଲାଞ୍ଚ ଦେବା ଅଭିଯୋଗରେ ଜଣେ ସାଂସଦ ଓ ତାଙ୍କ ସହଯୋଗୀଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୋଷୀ ସାଂସଦ ହେଉଛନ୍ତି ତେଲଙ୍ଗାନାର କବିତା ମାଲୋଥ। ୨୦୧୯ ଲୋକସଭା ନିର୍ବାଚନରେ ସେ ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍‌) ଟିକଟରେ ମହବୁବାବାଦରୁ ପ୍ରତିଦ୍ବନ୍ଦ୍ବିତା କରି ବିଜୟୀ ହୋଇଥିଲେ। ତେବେ ନିର୍ବାଚନରେ ବିଜୟୀ ହେବା ଲାଗି ସେ ମତଦାତାଙ୍କୁ ଟଙ୍କା ବାଣ୍ଟିଥିଲେ। ଟଙ୍କା ବାଣ୍ଟିବା ସମୟରେ କବିତାଙ୍କ ସହଯୋଗୀ ସୌକତ୍ ଅଲି ନିର୍ବାଚନ ଯାଞ୍ଚକାରୀ ଦଳ ହାତରେ ଧରା ପଡିଥିଲେ। ଏ ନେଇ ବୁରଗାମପଡା ଥାନାରେ ମାମଲା ରୁଜୁ କରାଯାଇଥିଲା। ମାମଲାର ଶୁଣାଣି କରି ହାଇଦରାବାଦସ୍ଥିତ ସ୍ବତନ୍ତ୍ର ଦୌରାଜଜ୍ ଅଦାଲତ କବିତା ଓ ତାଙ୍କ ସହଯୋଗୀ ସୌକତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଉଭୟଙ୍କୁ ୧୦ହଜାର ଟଙ୍କା ଜୋରିମାନା ଓ ୬ମାସ କାରାଦଣ୍ଡାଦେଶ ହୋଇଛି। ତେବେ ଅଦାଲତ ଉଭୟଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଦଣ୍ଡାଦେଶ ବିରୋଧରେ ସେମାନେ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେବେ। ମତଦାତାଙ୍କୁ ଲାଞ୍ଚ ଦେବା ଅଭିଯୋଗରେ ଦେଶରେ ପ୍ରଥମ ଥର ପାଇଁ ଜଣେ ସାଂସଦ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ନିର୍ବାଚନ ଅଧିକାରୀମାନେ ଟଙ୍କା ବଣ୍ଟନ କରୁଥିବା ସମୟରେ ସାଂସଦଙ୍କ ସହଯୋଗୀ ସୌକତ ଅଲିଙ୍କୁ ଧରିଥିଲେ। କବିତାଙ୍କ ସପକ୍ଷରେ ଭୋଟ୍ ଦେବାଲାଗି ପ୍ରତି ଭୋଟରଙ୍କୁ ୫୦୦ ଟଙ୍କା ଦେଉଥିଲେ। ସୌକତ ଅଲିଙ୍କୁ ପୁଲିସ ଟଙ୍କା ବାଣ୍ଟିବା ମାମଲାରେ ପ୍ରଥମ ଅଭିଯୁକ୍ତ ଭାବରେ ନାମିତ କରିଥିବାବେଳେ କବିତାଙ୍କୁ ଦ୍ୱିତୀୟ ଅଭିଯୁକ୍ତ ଭାବେ ଦର୍ଶାଇଥିଲା।

Hot this week

ପୁଲିସର ଯାଞ୍ଚ କଡ଼ାକଡ଼ି

ସମାଜ ଲାଇଭ୍‌: କମିସନରେଟ ପୁଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଗାଡ଼ିମୋଟର...

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

Related Articles

Popular Categories