୭ଟି ଚୋରି ମଟର ସାଇକେଲ ଉଦ୍ଧାର : ୨ ଗିରଫ
ସମ୍ବଲପୁର : ବିଗତ କିଛି ଦିନ ହେବ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ମୋଟର ସାଇକେଲ ଚୋରି ଘଟଣା ଅଚାନକ ବୃଦ୍ଧି ପାଇଛି । ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖ ଓ ଅଦାତଲ ପରିସରରୁ ୨ଟି ମୋଟର ସାଇକେଲ ସମେତ ବିଭିନ୍ନ ଥାନା ଅଞ୍ଚଳରୁ ୧୦ ରୁ ଅଧିକ ମଟର ସାଇକେଲ ଚୋରି ଘଟଣାରେ ସମ୍ବଲପୁର ପୁଲିସର ଭାବମୂର୍ତ୍ତି ଧୁମିଳ ହୋଇଯାଇଛି । ଏଣୁ ପୁଲିସ ମଟର ସାଇକେଲ ଚୋର ମାନଙ୍କୁ ଧରିବାର ଉଦ୍ୟମ କରୁଥିବା ବେଳେ ଗତ ୧୨ ତାରିଖ ରାତ୍ରିରେ ସରଲାକାନି ଠାରେ ଥିବା ଏକ ମଣ୍ଡପ ସମ୍ମୁଖରୁ ଏକ ମଟର ସାଇକେଲ ଚୋରି ସର୍ମ୍ପକରେ ଧନୁପାଲି ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାର ତଦନ୍ତ ସମୟରେ ପୁଲିସ ସରଲା ନିବାସୀ ଅମୂଲ୍ୟ ହଂସା (୨୧) ଓ ସରଲାକାନି ନିବାସି ଉତ୍ତମ ମୁଣ୍ଡା (୨୦)ଙ୍କୁ ଧରି ସେମାନଙ୍କ ନିକଟରୁ ୧୨ ତାରିଖରେ ଚୋରି ହୋଇଥିବା ମଟର ସାଇକେଲସମେତ ଅନ୍ୟ ୭ଟି ଚୋରି ମଟର ସାଇକେଲ ଉଦ୍ଧାର କରିଥିଲା। ପୁଲିସ ଜେରା ସମୟରେ ଅଭିଯୁକ୍ତ ମାନେ ଗାଡି ଗୁଡିକୁ ଚୋରି କରିବା ପରେ ସେଗୁଡିକର ଇଞ୍ଜିନ ଓ ଚେଚିସ ନମ୍ବର ଗୁଡିକୁ ନଷ୍ଟ କରି ଦେଇ ଅନ୍ୟ ନମ୍ବର ଖୋଦେଇ କରି ନକଲି ପଞ୍ଜିକରଣ ନମ୍ବର ଦେଇ କମ୍ ଦାମରେ ବିକ୍ରି କରି ଦେଉଥିଲେ। ସେମାନେ ଗାଡି ଗୁଡିକୁ ବିକ୍ରି କରିବା ନିମନ୍ତେ ନିଜ ଘରେ ଲୁଚାଇ ରଖିଥିବାର ପୁଲିସ ତଦନ୍ତ ସମୟରେ ଜଣାପଡିଥିଲା। ଗିରଫ କରି ଅଭିଯୁକ୍ତଙ୍କୁ ବୁଧବାର ଧନୁପାଲି ପୁଲିସ ଅଦାଲତକୁ ଚାଲାଣ କରିଛି ବୋଲି ସୂଚନା ଦେଇଛି ।
Comments are closed.