ସୂଚନା ଓ ଜ୍ଞାନର ମନ୍ଦିର ମଦର ୱାକ୍ସ ମ୍ୟୁଜିୟମ୍‍

0

କୋଲକତା: ସ୍ଥାନୀୟ ନ୍ୟୁ ଟାଉନ୍‍ ସେକ୍ଟର ୫ ଇକୋ ପାର୍କ ସମ୍ମୁଖରେ ରହିଛି ମଦର ୱାକ୍ସ ମ୍ୟୁଜିୟମ୍‍। ଏଠାରେ କଳା, ସଂସ୍କୃତି, ସାହିତ୍ୟ, ବିଜ୍ଞାନ, ଚଳଚ୍ଚିତ୍ର ଓ କ୍ରୀଡ଼ା କ୍ଷେତ୍ରର କିମ୍ବଦନ୍ତୀ ବ୍ୟକ୍ତିତ୍ୱଙ୍କ ମହମ ପ୍ରତିମୂର୍ତ୍ତି ସ୍ଥାନ ପାଇଛି। ମଦର ତୁସାଦ୍‍ ୱାକ୍ସ ମ୍ୟୁଜିୟମ ଅନୁକରଣରେ ଏହି ମ୍ୟୁଜିୟମ୍‍ର ପରିକଳ୍ପନା କରାଯାଇଛି। ତେଣୁ ଯେଉଁମାନେ ତୁସାଦ୍‍ ମ୍ୟୁଜିୟମ ଯାଇପାରିନାହାନ୍ତି ସେମାନେ ମଦର ୱାକ୍ସ ମ୍ୟୁଜିୟମରୁ ସମାନ ଅନୁଭୂତି ପାଇପାରିବେ। ସେଠାରେ ବିଖ୍ୟାତ ବୈଜ୍ଞାନିକ ସତ୍ୟେନ୍ଦ୍ରନାଥ ବୋଷ, ଆଇନ୍‍ଷ୍ଟାଇନ୍‍, ଜେ ସି ବୋଷ, କବି ରବୀନ୍ଦ୍ରନାଥ ଟାଗୋର, ଅଭିନେତା ଅମିତାଭ ବଚନ, ସତ୍ୟଜିତ ରାଏ, ଆଞ୍ଜେଲିନା ଜୋଲି, କ୍ରିକେଟ ତାରକା ବିରାଟ କୋହଲି, ସଚ୍ଚିନ ତେନ୍ଦୁଲକରଙ୍କ ମହମ ପ୍ରତିମୂର୍ତ୍ତି ସ୍ଥାନ ପାଇଛି। ଏତଦ୍‍ବ୍ୟତୀତ ଛୋଟା ଭୀମ୍‍, ମୋଟୁ ପତ୍‍ଲୁ, ଡୋରମ୍ୟାନ୍‍ ଆଦି କାର୍ଟୁନ୍‍ ଚରିତ୍ର ମଧ୍ୟ ରହିିଛି। ଏକ ଟାଟୁ ଲାଇଟ୍‍ କଠୋରି ରହିଛି। ସେହି କଠୋରି ମଧ୍ୟକୁ ଗଲେ ଲାଇଟ୍‍ ପ୍ରଭାବରେ ଯେ କୌଣସି ବ୍ୟକ୍ତି ଟାଟୁ ପିନ୍ଧିବା ପରି ଦୃଶ୍ୟମାନ ହେବ। କଠୋରିର ଉପର ମହଲାରେ ଖାଇବା ପିଇବା ବ୍ୟବସ୍ଥା ରହିଛି। ଉକ୍ତ କୋଠା ଉପରୁ ଆଇସ୍‍ଲ୍ୟାଣ୍ଡର ସୌନ୍ଦର୍ଯ୍ୟ ଉପଭୋଗ କରି ହେଉଛି। ଟିକେଟ୍‍ ମୂଲ୍ୟ ୨୫୦ ଟଙ୍କା ରହିଛି।

ଫଟୋ ସୌଜନ୍ୟ: ସୋନିଆ ସରକାର

 

Leave A Reply