ସମାଜ ଡିଜିଟାଲ ଡେସ୍କ: ଯୌତୁକ ପାଇଁ ବୋହୂକୁ ହତ୍ୟା କଲେ ଶାଶୁ ଘର ଲୋକେ। ଏଭଳି ଘଟଣା ସାମ୍ନାକୁ ଆସିଛି କଟକ ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ଜରିପଡ଼ା ପଞ୍ଚାୟତର ସମୁଦ୍ରପୁର ଗାଁରେ। ୬ମାସର ଛୁଆ ଆଗରେ ମା’କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ପରିବାର ଲୋକେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଘର ଭିତରୁ ମୃତଦେହକୁ ଉଦ୍ଧାର କରାଯାଇଛି। ଶାଶୁଘର ଲୋକଙ୍କ ନାଁରେ ବାପଘର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ଘଟଣା ପରେ ଶାଶୁଘର ଲୋକେ ଫେରାର ହୋଇଯାଇଥିବା ଜଣାପଡ଼ିଛି।



