www.samajalive.in
Monday, December 15, 2025
26.1 C
Bhubaneswar

ଦୁନିଆର ସବୁଠାରୁ ମହଙ୍ଗା ଆମ୍ବ; ହୋସ୍‌ ଉଡାଇବ ଏକ କେଜିର ଦାମ୍‌

ନୂଆଦିଲ୍ଲୀ : ଆମ୍ବକୁ ଫଳ ମାନଙ୍କର ରାଜା ବୋଲି କୁହାଯାଏ। ଦୁନିଆରେ ବିଭିନ୍ନ ପ୍ରକାର ଆମ୍ବ ମିଳିଥାଏ। ଭିନ୍ନ ଭିନ୍ନ ଦେଶରେ କିଛି ସ୍ୱତନ୍ତ୍ର ଆମ୍ବ ମିଳିଥାଏ। ଦଶହରୀ, ଚୌସା ଓ ଲେଙ୍ଗଡା ଆମ୍ବର ନାଁ ତ ଶୁଣିଥିବେ। ତେବେ ଏମିତି ଏକ ଆମ୍ବ ବିଷୟରେ ଜାଣିଛନ୍ତି କି, ଯାହାର ଦାମ୍‌ ନିଶ୍ଚୟ ହୋସ୍‌ ଉଡାଇବ। ଏହି ଖାସ୍‌ ଆମ୍ବ ଜାପାନରେ ମିଳିଥାଏ। ଭାରତରେ ମଧ୍ୟ ଏହି ଆମ୍ବ ମିଳିଥାଏ।

ଜାପାନରେ ମିଳୁଥିବା ଦୁନିଆର ସବୁଠାରୁ ମହଙ୍ଗା ଆମ୍ବର ନାମ ତଇୟୋ ନୋ ତମାଙ୍ଗୋ। ଏହା ଜାପାନର ମିୟାଜାକିରେ ଓ ବିହାରର ପୁଣିଆ ଓ ମଧ୍ୟପ୍ରଦେଶର ଜବଲପୁରରେ ମଧ୍ୟ ମିଳିଥାଏ। ଏହି ଆମ୍ବକୁ ମିଆଜାକି ଆମ୍ବ ମଧ୍ୟ କୁହାଯାଏ। ଜାଣନ୍ତୁ କ’ଣ ପାଇଁ ଖାସ୍‌ ଏହି ଆମ୍ବ, କାହିଁକି ଏହାର ଦାମ୍‌ ଆକାଶ ଛୁଆଁ..

- Advertisement -

ସାଧାରଣତଃ ଏହି ଆମ୍ବର ଆନ୍ତର୍ଜାତୀୟ ବଜାରରେ ଦାମ୍‌ ୨.୭ ଲକ୍ଷ ଟଙ୍କା ପ୍ରତି କିଲୋଗ୍ରାମ୍‌କୁ ।
ଭାରତରେ ତାଇୟୋ ନୋ ତମାଙ୍ଗୋ ପ୍ରଜାତିର ଗୋଟିଏ ଆମ୍ବର ମୂଲ୍ୟ ୨୧ ହଜାର ଟଙ୍କା । ପୂର୍ଣ୍ଣିଆରେ ଏହି ପ୍ରଜାତିର ଏକ ଗଛ ରହିଛି ପ୍ରାୟ ୨୫ ବର୍ଷ ହେବ ରହିଛି । ଏହି ଆମ୍ବ କେବଳ ଖାଇବାକୁ ମିଠା ନୁହେଁ ବରଂ ଏଥିରେ ନଡିଆ ଓ ସପୁରୀର ହାଲୁକା ସ୍ୱାଦ ମଧ୍ୟ ମିଳିଥାଏ ।

୩୦ ବର୍ଷ ପରେ ଶନିଙ୍କ ସିଧା ଚଳନ : ଏହି ରାଶିଙ୍କୁ କରିବେ ମାଲାମାଲ୍‌, ବଢିବ ଦରମା, ମିଳିବ ଗୋଟିଏ ପରେ ଗୋଟିଏ ସଫଳତା..

ଏହି ଆମ୍ବକୁ ବିଶେଷ ଉପାୟରେ ଚାଷ କରାଯାଏ । ଆମ୍ବ ଗଛରେ ଫଳ ଆସିବା ପରେ ଗୋଟିଏ ଗୋଟିଏ ଫଳକୁ ଜାଲି କପଡାରେ ବନ୍ଧାଯାଏ । ଏହି କାରଣରୁ ଏହି ଆମ୍ବର ରଙ୍ଗ ଭିନ୍ନ ହୋଇଥାଏ । ବାଇଗଣୀ ରଙ୍ଗ ଭଳି ଦେଖାଯାଉଥିବା ଏହି ଆମ୍ବ ଦେଖିବାକୁ ମଧ୍ୟ ସୁନ୍ଦର ଲାଗିଥାଏ ।

ଦେଖନ୍ତୁ ଛାତିଥରା ଭିଡିଓ ; ଶୋଇଥିବା ଯୁବକଙ୍କୁ କାମୁଡିଲା ସାପ, କିଛି ସମୟରେ ହେଲା..

ଭାରତର ସବୁଠାରୁ ମହଙ୍ଗା ଆମ୍ବ ଆଲଫୋନ୍ସୋ କିମ୍ବା ହାପୁସ୍ ଆମ୍ବ ସବୁଠାରୁ ଅଧିକ ମୂଲ୍ୟରେ ବିକ୍ରି ହୁଏ। ଏହି ଆମ୍ବ ଏତେ ସ୍ୱାଦିଷ୍ଟ ଯେ ଏହାକୁ ସ୍ୱର୍ଗୀୟ ଉଦ୍ଭିଦ ମଧ୍ୟ କୁହାଯାଏ। ଏହି ଆମ୍ବ ଏହାର ମିଠା ଏବଂ ସୁଗନ୍ଧ ପାଇଁ ଜଣାଶୁଣା। ଭାରତରେ ମିଳୁଥିବା ଏହି ଆମ୍ବକୁ ଜିଆଇ ଟ୍ୟାଗ୍ ମିଳିଛି। ଆନ୍ତର୍ଜାତୀୟ ବଜାରରେ ଆଲଫୋନ୍ସୋର ବିପୁଳ ଚାହିଦା ଅଛି। ୟୁରୋପ ଏବଂ ଜାପାନ ବ୍ୟତୀତ ଆମେରିକା ଏବଂ ଅଷ୍ଟ୍ରେଲିଆରେ ମଧ୍ୟ ଆଲଫୋନ୍ସୋର ଚାହିଦା ବୃଦ୍ଧି ପାଇଛି। ଜାପାନରେ ତାଇୟୋ ନୋ ତାମାଙ୍ଗୋ ଆମ୍ବ ଚାଷ ୭୦ ଏବଂ ୮୦ ଦଶକରେ ଆରମ୍ଭ ହୋଇଥିଲା। ଗରମ ପାଗ, ଦୀର୍ଘ ସମୟ ସୂର୍ଯ୍ୟକିରଣ ଏବଂ ବର୍ଷା ପରେ ବିଶ୍ୱର ସବୁଠାରୁ ମହଙ୍ଗା ଆମ୍ବ ପାଚିଥାଏ।

 

Hot this week

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

Related Articles

Popular Categories