ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଆଶ୍ଚର୍ଯ୍ୟ ଓ ଭୟଭୀତ କରୁଥିବା ଅନେକ ଭିଡିଓ ଭାଇରାଲ୍ ହୋଇଥାଏ । ଯାହା ସଭିଁଙ୍କ ଧ୍ୟାନକୁ ମଧ୍ୟ ଆକର୍ଷିତ କରିଥାଏ। ବିଶେଷ କରି ଜୀବଜନ୍ତୁଙ୍କ ବିଭିନ୍ନ ପ୍ରକାର ଭିଡିଓ ଦ୍ରୁତ ଗତିରେ ଭାଇରାଲ୍ ହୋଇଥାଏ । ନିକଟରେ ଏଭଳି ହିଁ ଏକ ଭିଡିଓ ସାମ୍ନାକୁ ଆସିଛି । ଭିଡିଓଟି ଜଣେ ଯୁବକ ଓ ସାପର।
CCTV: बिस्तर में घुसकर सांप ने काटा, तड़पकर हुई शख्स की मौत#snake #snakebite #baghpat #uttarpradesh #snakenews #upnews #JyotiMalhotra #RCBvsKKR #भगवदगीता_पर_ज़बरदस्त_बहस #SpiritualSunday #Thuglife #Walmart #operationsindoor pic.twitter.com/KEaMEZNLv5
— Shyam Sundar Goyal (@ssgoyalat) May 18, 2025
ଭିଡିଓରେ ଦେଖିପାରିବେ, ଜଣେ ଯୁବକ ଖଟ ଉପରେ ଆରାମରେ ଚଦର ଘୋଡାଇ ହୋଇ ଶୋଇଛନ୍ତି । ଏହି ସମୟରେ ଏକ ସାପ ଖଟ ଉପରେ ଚଢି ଯୁବକ ଘୋଡାଇ ହୋଇଥିବା ଚଦର ଉପରେ ଦେଖାଯାଉଛି । ଏହାପରେ ସାପଟି ଚଦର ଭିତରକୁ ଯାଇ ଯୁବକଙ୍କୁ ଦଂଶନ କରୁଛି । ସାପ କାମୁଡିବାର କିଛି ସମୟ ପରେ ଯୁବକ ଯନ୍ତ୍ରଣାରେ ଛଟପଟ ହୋଇ ମୃତ୍ୟୁ ହୋଇଥିବା କୁହାଯାଉଛି। ଭାଇରାଲ୍ ହେଉଥିବା ୧.୩୪ ମିନିଟ୍ର ଏହି ସିସିଟିଭି ଫୁଟେଜ ରେକର୍ଡ ହୋଇଛି । ରୁମ୍ରେ ସିସିଟିଭି ଥିବାରୁ ଏହି ଦୃଶ୍ୟ ରେକର୍ଡ ହୋଇଥିବା ଜଣାପଡିଛି।
ସାପଟି ଚଦର ଭିତରେ ଯୁବକଙ୍କୁ ଦଂଶନ କରିବା ପରେ ତାଙ୍କୁ କିଛି କାମୁଡିଥିବା ଅନୁଭବ କରି ସେ ଭୟରେ ଖଟରୁ ଉଠି ପଡିଥିବା ଦେଖାଯାଉଛି । ସେ ଦୌଡି ସେଠାରୁ ପଳାଉଛନ୍ତି। ମାତ୍ର କିଛି ସମୟ ପରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ଆଶ୍ଚର୍ଯ୍ୟଜନକ ଓ ଛାତିଥରା ଭିଡିଓ ଉତ୍ତରପ୍ରଦେଶର ବାଗପତ୍ର ବୋଲି କୁହାଯାଉଛି । ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।



