www.samajalive.in
Monday, December 8, 2025
20.1 C
Bhubaneswar

ସ୍ୱର୍ଣ୍ଣମନ୍ଦିରକୁ ଟାର୍ଗେଟ କରିଥିଲା ପାକିସ୍ତାନ

ସମାଜ ଡିଜିଟାଲ ଡେସ୍କ: ଆତଙ୍କବାଦୀଙ୍କ ବିରୋଧରେ ଭାରତର ଅପରେସନ ସିନ୍ଦୂର ସମୟରେ ପାକିସ୍ତାନ ଅମୃତସରର ସ୍ୱର୍ଣ୍ଣ ମନ୍ଦିରରେ ଆକ୍ରମଣ କରିବାକୁ ଯୋଜନା କରିଥିଲା । ହେଲେ ଭାରତୀୟ ବାୟୁସେନା ମେ ୮ରେ ଏହି ଆକ୍ରମଣକୁ ବିଫଳ କରିଥିଲା । ବାୟୁସେନାର ଜଣେ ଯବାନ ଗଣମାଧ୍ୟମରେ କହିଛନ୍ତି ଯେ ଅପରେସନ ସିନ୍ଦୂର ଅଧିନରେ ପାକିସ୍ତାନର ଘୃଣ୍ୟ କାର୍ଯ୍ୟକଳାନକୁ ପଣ୍ଡ କରାଯାଇଥିଲା । ଯବାନ ଜଣଙ୍କ କହିଛନ୍ତି ପାକିସ୍ତାନ ସ୍ୱର୍ଣ୍ଣ ମନ୍ଦିର ଓ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନକୁ ଟାର୍ଗେଟ କରି ଡ୍ରୋନ୍‌ ଓ ମିସାଇଲ ଆକ୍ରମଣ କରିଥିଲା । କିନ୍ତୁ ଆମେ ସଠିକ୍‌ ପ୍ରତିଶୋଧ ନେଇଛୁ ଏବଂ ସକାଳ ସୁଦ୍ଧା ଶତ୍ରୁକୁ ଆଣ୍ଠୁମାଡି ତଳେ ପକାଇଛୁ । ଯେପର୍ଯ୍ୟନ୍ତ ଭାରତୀୟ ସେନା ସୀମାରେ ନିୟୋଜିତ ଅଛନ୍ତି, ସେପର୍ଯ୍ୟନ୍ତ ଦେଶ ଆଡକୁ କେହି ଆଖି ଉଠାଇପାରିବେ ନାହିଁ । ଭାରତର ଆକାଶ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଏବଂ ଏଲ୍‌-୭୦ ବାୟୁ ପ୍ରତିରକ୍ଷା ବନ୍ଧୁକ ସେମାନଙ୍କର କାମ ଭଲ ଭାବରେ କରିଥିଲେ ଏବଂ ପାକିସ୍ତାନର ଆକ୍ରମଣକୁ ସମ୍ପୂର୍ଣ୍ଣ ବିଫଳ କରିଥିଲେ ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories