କେନ୍ଦୁଝର : ହାତୀ ଆକ୍ରମଣରେ ଚାଲିଗଲା ମହିଳାଙ୍କ ଜୀବନ। ସୋମବାର କେନ୍ଦୁଝର ସଦର ରେଞ୍ଜରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ମହିଳାଙ୍କ ନାଁ ସୁନା ଫୁଲ ବୋଲି ଜଣାପଡିଛି। ଆମ୍ବ ଗୋଟାଇବାକୁ ଯାଇ ମହିଳା ହାତୀ ଆକ୍ରମଣର ଶିକାର ହୋଇଛନ୍ତି। ମହିଳାଙ୍କୁ ହାତୀ ପାଦରେ ଦଳି ଦେଇଛି। ଘଟଣା ପରେ ମହିଳାଙ୍କୁ ଉଦ୍ଧାର କରାଯାଇ ମେଡିକାଲ ନିଆଯାଇଥିଲା। ମାତ୍ର ତାଙ୍କ ମୃତ୍ୟୁ ହୋଇଥିଲା। ପୁଲିସ ଘଟଣାର ତଦନ୍ତ କରୁଛି।
ଦେଖନ୍ତୁ ଛାତିଥରା ଭିଡିଓ ; ଶୋଇଥିବା ଯୁବକଙ୍କୁ କାମୁଡିଲା ସାପ, କିଛି ସମୟରେ ହେଲା..



