ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ୪ ଦିନ ଯାଏଁ କାଳବୈଶାଖୀ ପ୍ରଭାବରେ ବର୍ଷା ସମ୍ଭାବନା ରହିଛି। ୨୩ ତାରିଖ ଯାଏଁ ରାଜ୍ୟର ଅନେକ ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ସୋମବାର ପାଇଁ ୧୫ ଜିଲା ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା, ଗଜପତି, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ବଲାଙ୍ଗୀର ଓ ନୂଆପଡାକୁ ବର୍ଷା, ବଜ୍ରପାତ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାସହ ୨୦ ତାରିଖ ପାଇଁ ୯ ଜିଲା ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି ଓ ଗଞ୍ଜାମରେ ଘଡଘଡି ସହ ବର୍ଷା ହୋଇପାରେ । ୨୧ରେ ୧୬ ଜିଲାରେ ଓ ୨୨,୨୩ ତାରିଖରେ ଉତ୍ତର ଓ ଦକ୍ଷିଣ ଓଡିଶାର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।
୩୦ ବର୍ଷ ପରେ ଶନିଙ୍କ ସିଧା ଚଳନ : ଏହି ରାଶିଙ୍କୁ କରିବେ ମାଲାମାଲ୍, ବଢିବ ଦରମା, ମିଳିବ ଗୋଟିଏ ପରେ ଗୋଟିଏ ସଫଳତା..
ଦେଖନ୍ତୁ ଛାତିଥରା ଭିଡିଓ ; ଶୋଇଥିବା ଯୁବକଙ୍କୁ କାମୁଡିଲା ସାପ, କିଛି ସମୟରେ ହେଲା..



