www.samajalive.in
Saturday, December 6, 2025
14.1 C
Bhubaneswar

ମିଲ୍‍ଖା ସିଂହଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ

କିମ୍ବଦନ୍ତୀ କ୍ରୀଡ଼ାବିତ୍‍ ମିଲ୍‍ଖା ସିଂହଙ୍କ ଶେଷକୃତ୍ୟ ଆଜି ସନ୍ଧ୍ୟାରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଚଣ୍ଡିଗଡ଼ଠାରେ ସମ୍ପନ୍ନ ହୋଇଛି। ପଞ୍ଜାବ ରାଜ୍ୟପାଳ ଭି.ପି. ସିଂହ ବଦନୋରେ, ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‍ ଅମରିନ୍ଦର ସିଂହ, କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରନ୍‍ ରିଜିଜୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତଥା କ୍ରୀଡ଼ାବିତ୍‍ ସେଠାରେ ଉପସ୍ଥିତ ରହି ଏହି ମହାନ୍‍ ଆତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ମିଲଖା ସିଂହଙ୍କ ପୁତ୍ର ଜିଭ୍‍ ମିଲଖା ସିଂହ ମୁଖାଗ୍ନୀ ଦେଇଥିଲେ। ଏହି ମହାନ କ୍ରୀଡ଼ାବିତ୍‍ଙ୍କ ସ୍ମୃତିରେ ପାତିଆଲା ବିଶ୍ୱବିଦ୍ୟାଳୟରେ ମିଲଖା ସିଂହ ଚେୟାର୍‍ ସ୍ଥାପନ ଲାଗି ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‍ ଅମରିନ୍ଦର ସିଂହ ଘୋଷଣା କରିଛନ୍ତି।
କରୋନା ପରବର୍ତ୍ତୀ ଜଟିଳତାରେ ଆକ୍ରାନ୍ତ ହୋଇ ମିଲଖା ସିଂହଙ୍କର ୯୧ ବର୍ଷ ବୟସରେ ଗତ ରାତିରେ ଚଣ୍ଡିଗଡ଼ ସ୍ଥିତ ଏକ ଡାକ୍ତରଖାନାରେ ପରଲୋକ ହୋଇଥିଲା। ତାଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପ- ରାଷ୍ଟ୍ରପତି ଏମ୍‍. ଭେଙ୍କୟା ନାଇଡୁ ଗଭୀର ଶୋକ ପ୍ରକାଶ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଲଖା ସିଂହଙ୍କୁ ଜଣେ ମହାନ୍‍ କ୍ରୀଡ଼ାବିତ୍‍ ଭାବେ ବର୍ଣ୍ଣନା କରିବା ସହ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ମିଲଖାଙ୍କ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ଯୋଗୁଁ ସେ କୋଟି କୋଟି ଲୋକଙ୍କର ପ୍ରିୟପାତ୍ର ହୋଇପାରିଥିଲେ।

Image courtesy: social media ( file Pic)

ମିଲ୍‍ଖା ସିଂ ଏସୀୟ କ୍ରୀଡ଼ାରେ ୪ଥର ସ୍ୱର୍ଣ୍ଣପଦକ ଜିତିବା ସହ ୧୯୫୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ଭାରତୀୟ ଭାବେ ଡିସ୍‍କସ୍‍ ଥ୍ରୋରେ ସ୍ୱର୍ଣ୍ଣପଦକ ଜିତି କୀର୍ତ୍ତିମାନ ସ୍ଥାପନ କରିଥିଲେ। ୧୯୫୯ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ୧୯୬୦ ରୋମ୍‍ ଅଲମ୍ପିକ୍ସରେ ୪୦୦ ମିଟର ଫାଇନାଲ୍‍ରେ ସେ ଚତୁର୍ଥ ସ୍ଥାନରେ ରହି ପଦକ ଜିଣିବାରୁ ବଞ୍ଚିତ ହୋଇଥିଲେ। ୧୯୫୬ ଓ ୧୯୬୪ ଅଲମ୍ପିକ୍ସରେ ସେ ଭାରତର ପ୍ରତିନିଧିତ୍ୱ କରିଥିଲେ।
ଗତ ୧୩ ତାରିଖ ଦିନ ତାଙ୍କ ପତ୍ନୀ ତଥା ଭାରତୀୟ ମହିଳା ଭଲିବଲ୍‍ ଦଳର ପୂର୍ବତନ ଅଧିନାୟିକା ନିର୍ମଳ କୌରଙ୍କର ମଧ୍ୟ ପରଲୋକ ହୋଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories