www.samajalive.in
Saturday, December 6, 2025
23.1 C
Bhubaneswar

ରାତି ୮ଟା – ମୁଖ୍ୟ ଖବର

–ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଭବାନୀପାଟଣାରେ ୨୦୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କୋଭିଡ ହସ୍‌ପିଟାଲ ଉଦ୍‌ଘାଟିତ

–ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ମହାମାରୀ ହେଉ, ବା ପ୍ରାକୃତିକ ବିପର୍ଯ୍ୟୟ, ଆମେ ଯଦି ଠିକ୍‌ ଭାବରେ ଆଗରୁ ପ୍ରସ୍ତୁତ ହୋଇ ରହିବା, ତେବେ ଆମେ ନିଶ୍ଚୟ ବିଜୟ ଲାଭ କରିବା।

- Advertisement -

–ଗତ କିଛି ଦିନ ମଧ୍ୟରେ ରାଜ୍ୟରେ ୧୫ଟି ଅକ୍‌ସିଜେନ ପ୍ଲାଣ୍ଟ ପାଇଁ କାମ ଆରମ୍ଭ ହୋଇଛି। ଆଗାମୀ ଦୁଇ ମାସ ମଧ୍ୟରେ ଏଥିରୁ ଉତ୍ପାଦନ ଆରମ୍ଭ ହେବ।

–ଏକବିଂଶ ଶତାଦ୍ଦୀରେ କଳାହାଣ୍ଡିର ରୂପାନ୍ତର ଉଲ୍ଲେଖନୀୟ: ମୁଖ୍ୟମନ୍ତ୍ରୀ

–ଭାରତରେ ୬ରୁ ୮ ସପ୍ତାହ ମଧ୍ୟରେ ଆସିବ ତୃତୀୟ ଲହର। ଲୋକେ ଯଦି କୋଭିଡ ଗାଇଡଲାଇନ ନ ମାନନ୍ତି ତାହେଲେ ଏହା ବ୍ୟାପକ ହେବ-ଏମ୍‌ସ ନିର୍ଦେଶକ ରଣଦୀପ ଗୁଲେରିଆ

–କଟକ: ସଦର ଅଞ୍ଚଳରୁ ୨ କାର ଲୁଟେରା ଗିରଫ; ୪ଟି ଲୁଟ କାର ଜବତ। ଗୋଟିଏ କାର ଲୁଟ ମାମଲାର ତଦନ୍ତବେଳେ ୪ଟି କାର ଜବତ। ରାସ୍ତାରେ ଲୋକଙ୍କୁ ଅଟକାଇ ଟଙ୍କା, ସୁନା ସହ କାର ଲୁଟୁଥିଲେ ଦୁର୍ବୁତ୍ତ।

–ଧୋନିଙ୍କ ରେକର୍ଡ ଭାଙ୍ଗିଲେ ବିରାଟ; ଭାରତ ପକ୍ଷରୁ ସର୍ବାଧିକ ଟେଷ୍ଟ ଅଧିନାୟକ ହେବାରେ ନୂଆ ରେକର୍ଡ

–ଦେଶରେ ୬ଟି ଡେଲ୍‌ଟା ପ୍ଲସ ମାମଲା ଚିହ୍ନଟ। ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରୁ ଗୋଟିଏ ଲେଖାଏଁ ଡେଲ୍‌ଟା ପ୍ଲସ ଚିହ୍ନଟ-ଆଇଏଲଏସ ନିର୍ଦେଶକ

–ରାଜ୍ୟରେ ଆଉ ୫୨୮୧ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ଆରୋଗ୍ୟ ସଂଖ୍ୟା ୮ ଲକ୍ଷ ୩୫ ହଜାର ୧୩୨କୁ ବୃଦ୍ଧି

–ଖାନ ନଗର ଶ୍ମଶାନରେ ଭିଜିଲାନ୍ସ ନିର୍ଦ୍ଦେଶକ ତଥା ସାହିତ୍ୟିକ ଦେବାଶିଷ ପାଣିଗ୍ରାହୀଙ୍କ ଶେଷକୃତ୍ୟ ସମ୍ପନ୍ନ, ଗତକାଲି କଲକାତାରେ ଦେବାଶିଷଙ୍କ ପରଲୋକ ହୋଇଥିଲା

–ଦେଶରେ ଆଉ ୬୦,୭୫୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୨, ୯୮, ୨୩, ୫୪୬କୁ ବୃଦ୍ଧି

–ଚିକିତ୍ସାଧୀନ ଅବସ୍ଥାରେ ଆଉ ୧,୬୪୭ ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୩,୮୫,୧୩୭

–ଦିନକରେ ୯୭,୭୪୩ ଆକ୍ରାନ୍ତ ସୁସ୍ଥ ହୋଇଥିବା, ମୋଟ ଆରୋଗ୍ୟ ସଂଖ୍ୟା ୨,୮୬,୭୮,୩୯୦

–ରାଜ୍ୟରେ ଦିନକରେ ୩୪୨୭ ନୂଆ ସଂକ୍ରମିତ; ସଂଗରୋଧରୁ ୧୯୫୪ ଓ ସ୍ଥାନୀୟ ସଂକ୍ରମିତ ୧୪୭୩

–ରାଜ୍ୟରେ ୨୪ ଘଣ୍ଟାରେ ୪୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

–ସୋର: ବାହାନଗା ଥାନା କୁରୁଡ଼ା ଗାଁରେ ଅଭାବନୀୟ ଘଟଣା। ଗେମ ଖେଳିବାକୁ ବାପା ମୋବାଇଲ ନ ଦେବାରୁ ପୁଅର ଆତ୍ମହତ୍ୟା। ସକାଳେ ମୋବାଇଲ ଖେଳିବାକୁ ମାଗିଥିଲା ୧୫ ବର୍ଷର ପୁଅ।

–ବାଲେଶ୍ଵର ଜିଲ୍ଲା ଔପଦା ଥାନା ଫତେପୁର ପଞ୍ଚାୟତ ପାଇକପଡା ଗ୍ରାମରେ ମଦ ନିଶାରେ କଟୁରିରେ ହାଣି ବାପାକୁ ହତ୍ୟା କଲା ପୁଅ

–କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ପଡିଆପଶି ଛକରେ ଥିବା ଏକ ଦୋକାନରୁ ଚୋରି କରୁଥିବା ସମୟରେ ଚୋରକୁ କାବୁ କଲେ ଗ୍ରାମବାସୀ

–କୃଷି କ୍ଷେତ୍ରରେ ସୌରଶକ୍ତି ବ୍ୟବହାର ପାଇଁ ଖର୍ଚ୍ଚହେବ ୨୦,୦୦୦ କୋଟି

–ଜାମ୍ବିଆ ମହିଳାଙ୍କ ଠାରୁ ଜବତ ହେଲା ୨୧ କୋଟି ଟଙ୍କା ମୂଲ୍ୟର ହେରୋଇନ

–ଆଫଗାନ ସୈନ୍ୟଙ୍କ ଜବାବି ଆକ୍ରମଣରେ ୨୫୮ ତାଲିବାନ ଆତଙ୍କି ନିହତ

–ଭାରତୀୟ ବଂଶୋଦ୍ଭବ ପ୍ରଥମ ବ୍ୟକ୍ତି କାନାଡା ସୁପ୍ରିମକୋର୍ଟର ବିଚାରପତି

–ଉତ୍ତରପ୍ରଦେଶରରେ ଗଙ୍ଗାରୁ ଉଦ୍ଧାର ହେଲା ‘ଗଙ୍ଗା’

–ଆସାମରେ ଭୂକମ୍ପ ଝଟକା ଅନୁଭୂତ ; ରିକ୍ଟର ସ୍କେଲରେ ତିବ୍ରତା ୪.୨ ରେକର୍ଡ

–ୟୁରୋ କପ୍‌: ୧-୦ରେ ସ୍ବିଡେନ୍‌ ବିଜୟୀ, ପ୍ରିକ୍ବାର୍ଟରରେ ନେଦରଲ୍ୟାଣ୍ଡ୍‌ସ

–କିମ୍ବଦନ୍ତୀ ପୁରୁଷ ମିଲ୍‍ଖା ସିଂହଙ୍କ ପରଲୋକ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories