www.samajalive.in
Friday, December 5, 2025
17.1 C
Bhubaneswar

ଟଙ୍କା ପାଇଁ ଦାଦନଙ୍କ ଘରେ ପଶି ମରଣାନ୍ତକ ଆକ୍ରମଣ ଉଦ୍ୟମ ସହ ଅପହରଣ ଧମକ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ପଂଚାୟତ ତଣ୍ଡାଗୁଡା ଗ୍ରାମର ଜଣେ ଦାଦନଙ୍କ ଘରେ ଗତକାଲି ରାତ୍ର ସମୟରେ କିଛି ସଶତ୍ର ଦୁର୍ବୃତ୍ତ ଘରେ ପଶି ମରଣାନ୍ତକ ଆକ୍ରମଣ ଉଦ୍ୟମ କରିବା ସହ ପରିବାର ଲୋକଙ୍କୁ ଧମକାଇଛନ୍ତି। ଏହାସହ ଛୋଟ ଛୁଆକୁ ଅପହରଣ କରିବା ପାଇଁ ଉଦ୍ୟମ କରିଥିବା ବେଳେ ଏନେଇ ପରିବାର ଲୋକେ କିମ୍ବା ଗ୍ରାମବାସୀ ଥାନାରେ ଅଭିଯୋଗ କରି ନ ଥିବା ଆଶ୍ଚର୍ୟ୍ୟର ବିଷୟ।

ସୂଚନା ମୁତାବକ, ତଣ୍ଡାଗୁଡା ଗ୍ରାମର ୬ଜଣ ଏବଂ ଅଂଚଳଗୁମାର ଜଣେ ଯୁବକ ଦାଦନ ଖଟିବାକୁ ଚଳିତ ବର୍ଷ ବାହାର ରାଜ୍ୟ ତାମିଲନାଡୁର ବେଲୁରର ଏକ ପଥର କୁଂଆରୀରେ କାମ କରିବା ପାଇଁ ଯାଇଥିଲେ । ସେଠାରେ କିଛିମାସ କାମ କରିବା ପରେ ହଟାତ ଗତ ମାର୍ଚ୍ଚ ମାସରେ ଏହି ୬ଜଣ ଗ୍ରାମକୁ ଫେରିଆସିଥିଲେ। ନିଜ ଗ୍ରାମକୁ ଆସିବାର ୫/୬ ଦିନ ପରେ ବେଲୁର ପଥର କମ୍ପାନୀର କର୍ମଚାରୀ ତଣ୍ଡାଗୁଡା ଗ୍ରାମକୁ ଆସି ଫେରିଥିବା ଯୁବକମାନଙ୍କୁ ଘରେ ଯାଇ ଖୋଜାଖୋଜି କରିବା ପରେ କଥାଟି ସାମନାକୁ ଆସିଥିଲା ଯେ ଦାଦନ ଖଟିବାକୁ ଯାଇଥିବା ଯୁବକମାନେ କୁଆଡେ ପଥର କମ୍ପାନୀ ମାଲିକ ରଖିଥିବା ଟଙ୍କାରୁ ପ୍ରାୟ ଏକ କୋଟିରୁ ଉର୍ଦ୍ଧ ଟଙ୍କା ନେଇ ଚାଲିଆସିଥିବା ଜଣାପଡିଥିଲା । କମ୍ପାନୀ କର୍ମଚାରୀମାନେ ରାତ୍ର ସମୟରେ ତଣ୍ଡାଗୁଡା ଗ୍ରାମକୁ ଯାଇ ଯୁବକମାନଙ୍କୁ ଭେଟିବାକୁ ଚେଷ୍ଟା କରୁଥିବା ବେଳେ ଫେରନ୍ତା ଯୁବକମାନେ ଗ୍ରାମରେ ନ ରହି ଅନ୍ୟ ଗ୍ରାମରେ ଲୁଚି ରହୁଥିଲେ। ପରେ କମ୍ପାନୀ କର୍ମଚାରୀମାନେ ସ୍ଥାନୀୟ କିଛି ଲୋକଙ୍କୁ ଧରି ଅଳ୍ପ କିଛି ଟଙ୍କା ନେଇ ତାମିଲନାଡୁ ଫେରିଯାଇଥିଲେ। ପରେ କିଛଦିନ ବ୍ୟବଧାନରେ ପୁଣି କିଛି ଲୋକଙ୍କୁ ନେଇ ଅନ୍ୟ ରାଜ୍ୟ ଲୋକେ ରାତ୍ର ସମୟରେ ସମ୍ପୃକ୍ତ ଯୁବକ ଘରକୁ ରାତ୍ର ସମୟରେ ଯାଉଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହୁଥିଲେ ହେଁ କେହିବି ଏହି ବିଷୟରେ ଥାନାକୁ ଜଣାଇ ନଥିଲେ।

- Advertisement -

ଏହି ଖବର ଗଣମାଧ୍ୟମରେ ପ୍ରସାରିତ ପରେ ଏତେ ସଂଖ୍ୟକ ଟଙ୍କା ଆଣିଥିବା ଶୁଣି ପ୍ରତିଦିନ ଗ୍ରାମକୁ ଅଜଣା ବ୍ୟକ୍ତି ପ୍ରମୁଖ ଗ୍ରାମକୁ ଆସି ବିଭିନ୍ନ ଉପାୟ ଦେଖାଇ ପରିବାର ଲୋକଙ୍କୁ ଭୟଭୀତ କରି ଟଙ୍କା ହାତେଇବା ପାଇଁ ଚେଷ୍ଟା କରୁଥିଲେ ହେଁ କେହି ବି ଏହି ବିଷୟରେ ପାଟି ଖୋଲୁ ନଥିଲେ । ଭୟରେ ସମ୍ପୃକ୍ତ ଯୁବକମାନେ ପ୍ରାୟତଃ ଘରେ ରହୁ ନଥିବା ବେଳେ କିଛିଦିନ ତଳେ ସେମାନଙ୍କ ମଧ୍ୟରୁ ବିଭିନ୍ନ ସମୟରେ ୩ଜଣ ଯୁବକଙ୍କ ଘରେ କିଛି ଦୁର୍ବୃତ୍ତ ରାତ୍ର ସମୟରେ ଘରେ ପଶି ମରଣାସ୍ତ୍ର ଦେଖାଇ ପରିବାର ଲୋକଙ୍କୁ ଭୟଭୀତ କରାଇ ଟଙ୍କା ନ ଦେଲେ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେବାସହ ସେମାନଙ୍କ ଅନୁପସ୍ଥିତରେ ପରିବାର ଲୋକଙ୍କୁ ଆକ୍ରମଣ ମଧ୍ୟ କରିଥିବା ସ୍ଥାନୀୟ ଲୋକେ କହିଛନ୍ତି । କିଛଦିନର ବ୍ୟବଧାନରେ ଗତ ଗୁରୁବାର ୧୭ ତାରିଖ ରାତ୍ର ୧୨.୪୦ ସମୟରେ ୭/୮ ଜଣ ସଶତ୍ର ଦୁର୍ବୃତ୍ତ ତଣ୍ଡାଗୁଡା ଗ୍ରାମର ଦାଦନ ଯୁବକ ସାହେବ ଅମାନତ୍ୟ ଘରେ ପଶି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ସାହେବଙ୍କ ପିତା ଗୋପାଳ ଅମାନତ୍ୟଙ୍କ କହିବା ଅନୁଯାଇ ରାତ୍ର ଠିକ ୧୨.୪୦ ସମୟରେ ସାହେବର ବାପା ଓ ମା ଶୋଇଥିବା ଘରେ କବାଟ ଭାଙ୍ଗି ଭିତରକୁ ୬/୭ ଜଣ ଦୁର୍ବୁତ୍ତ ହାତରେ ଖଣ୍ଡା କାତି ଧରି ପଶି ସାହେବ କାହିଁ ବୋଲି କହିବା ସହ ଟଙ୍କା କଉଠି ରଖିଛ ବୋଲି କହିଥିଲେ।

ସାହେବ ଓ ତାର ସ୍ତ୍ରୀ ଏବଂ ଛୋଟ ଛୁଆ ଅନ୍ୟ ଘରେ ଶୋଇଥିବା କହିବା ପରେ ତାକୁ ଉଠାଇବାକୁ କହିଥିଲେ। ପରେ ଗୋପାଳ ସାହେବକୁ ଉଠାଇବା ପରେ ସାହେବର ଘରେ ପଶି ସବୁଆଡେ ଖୋଜାଖୋଜି କରିବା ପରେ କିଛି ନ ମିଳିବାରୁ ସାହେବର ସାନଭାଇ ତାରିଣୀ ଶୋଇଥିବା ଘରେ ବି ଖୋଜାଖୋଜି କରିଥିଲେ। କିଛି ନ ପାଇବାରୁ ସାହେବକୁ ଜୀବନରେ ମାରିଦେବାକୁ ଧମକ ଦେବା ସହ ସାହେବର ଛୋଟ ଛୁଆକୁ ଧରି ଚାଲିଯିବାକୁ ଉଦ୍ୟମ କରିବା ବେଳେ ଛୁଆଟି କାନ୍ଦିବାରୁ ତାକୁ ଛାଡି ସାହେବକୁ ନିକଟସ୍ଥ ଏକ ବିଲକୁ ନେଇ ମାଡ଼ ମାରିବା ସହ ଟଙ୍କା କୋଉଠି ରଖିଛୁ ବୋଲି କହିଥିଲେ। ସେ ମୋ ପାଖରେ ଟଙ୍କା ନାହିଁ ବୋଲି କହିଥିଲା ପରେ ଘଟଣା ସ୍ଥଳରୁ ଦୁର୍ବୃତ୍ତମାନେ ସାହେବକୁ ଛାଡି ଚାଲି ଯାଇଥିଲେ । ସାହେବର ବାପାଙ୍କ କହିବା ଅନୁଯାଇ ସ୍ଥାନୀୟ କିଛି ଯୁବକ ସେମାନଙ୍କ ସହ ଥିବା ସନ୍ଦେହ କରୁଥିବା ବେଳେ ଏ ନେଇ ସାହେବ କିମ୍ବା ପରିବାର ଲୋକେ ଥାନାକୁ ଜଣାଇ ନଥିବା ସବୁଠୁ ଆଶ୍ଚର୍ୟ୍ୟର ବିଷୟ। ଏହି ଘଟଣା ପରେ ଗତକାଲି ସାହେବ ଓ ତା ସ୍ତ୍ରୀ ଗାଁ ଛାଡି ନିଜ ସମ୍ପର୍କୀୟଙ୍କ ଘରକୁ ଚାଲି ଯାଇଥିବା ଜଣାପଡିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଥିବାବେଳେ ଏ ନେଇ ଗ୍ରାମବାସୀ ସବୁ ଜାଣି ବି ମୁହଁ ଖୋଲୁନାହାନ୍ତି । ଥାନାରେ କାହିଁକି ଏତଲା ଦେଇନ ବୋଲି ସାହେବର ବାପାଙ୍କୁ ପଚାରିବାରୁ ପିଲା ତ କିଛି କହୁନାହଁ ବୋଲି କହିଛି । ଏପଟେ ସ୍ଥାନୀୟ ଗ୍ରାମବାସୀ ଏହି ଘଟଣାକୁ ନେଇ ଆତଙ୍କିତ ଅବସ୍ଥାରେ ଥିବାବେଳେ ପୋଲିସ ଏଥିରେ ହସ୍ତକ୍ଷେପ କରି ଘଟଣା ସମ୍ବନ୍ଧରେ ତଦନ୍ତ କଲେ ସତ୍ୟାସତ୍ୟ ଜଣାପଡିବ ବୋଲି କହିଛନ୍ତି ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories