www.samajalive.in
Saturday, December 6, 2025
16.1 C
Bhubaneswar

ଶକ୍ତିଶାଳୀ ଭୂକମ୍ପ ; ମୃତ୍ୟୁ ସଂଖ୍ୟା ୬ ଶହ ଟପିଲା, ଆହୁରି ବଢିପାରେ

ନୂଆଦିଲ୍ଲୀ : ଆଫ୍ରିକୀୟ ଦେଶ ମରକ୍କୋରେ ଶୁକ୍ରବାର ବିଳମ୍ବିତ ରାତିରେ ଅନୁଭୂତ ହୋଇଥିବା ଶକ୍ତିଶାଳୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୬ ଶହ ଅତିକ୍ରମ କରିଛି। ରିକ୍ଟର ସ୍କେଲରେ ରେକର୍ଡ କରାଯାଇଥିବା ୬.୮ ତ୍ରିବତାର ଭୂକମ୍ପରେ ଅନେକ ଧନଜୀବନ କ୍ଷୟକ୍ଷତି ଘଟିଛି। ଭୂକମ୍ପରେ ପ୍ରାୟ ୬୩୨ ଜଣଙ୍କ ମୃତଦେହ ଏଯାଏଁ ଉଦ୍ଧାର କରାଯାଇଥିବା ବେଳେ ଶହ ଶହ ଲୋକେ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି। ଗୃହ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଏପର୍ଯ୍ୟନ୍ତ ମୋଟ ୬୩୨ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରୁ ଅଧାରୁ ଅଧିକ ଅଲ-ହଜ୍ ଏବଂ ତାରୁଦାଣ୍ଟ ପ୍ରଦେଶର। ବର୍ତ୍ତମାନ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆମେ ଏକତ୍ରିତ ହୋଇ ଆହ୍ୱାନ ଗୁଡିକର ସମାଧାନ କରି ପାରିବା -ବ୍ରିଟିଶ ପ୍ରଧାନମନ୍ତ୍ରୀ

ସୂଚନା ଯୋଗ୍ୟ ଭୂକମ୍ପରେ  ବଡ଼ ବଡ଼ କୋଠା ଥରିବା ସହ ତାସର ଘର ପରି ଭୁଶୁଡ଼ି ପଡିଥିଲା। ଲୋକେ ଭୟରେ ଘରୁ ବାହାରି ରାସ୍ତା ଉପରକୁ ପଳାଇ ଆସିଥିଲେ। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୮ ରେକର୍ଡ କରାଯାଇଛି।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories