ନୂଆଦିଲ୍ଲୀ : ଭାରତରେ ଜି-୨୦। ଆଜି ବ୍ରିଟିଶ ପ୍ରଧାନମନ୍ତ୍ରୀ ରୁଷି ସୁନକ ଟ୍ୱିଟ ଯୋଗେ କହିଛନ୍ତି, ୧୫ ବର୍ଷ ପୂର୍ବରୁ ଜି-୨୦ର ନେତା ମାନେ ଆର୍ଥିକ ସଙ୍କଟ ପରେ ଅଭିବୃଦ୍ଧି ଫେରାଇ ଆଣିବା ପାଇଁ ପ୍ରଥମ ଥର ଏକତ୍ରିତ ହୋଇଥିଲେ। ଅନେକ ଆହ୍ୱାନପୂର୍ଣ୍ଣ ପରିସ୍ଥିତିରେ ଆମେ ଏକତ୍ରିତ ହେଉ। ନେତୃତ୍ୱ ପ୍ରଦାନ କରିବା ପାଇଁ ବିଶ୍ୱ ପୁଣି ଥରେ ଜି-୨୦ ଆଡକୁ ଚାହିଁଛି। ମୁଁ ବିଶ୍ୱାସ କରେ, ଆମେ ଏକତ୍ରିତ ହୋଇ ଆହ୍ୱାନ ଗୁଡିକର ସମାଧାନ କରି ପାରିବା। ବ୍ରିଟିଶ ପ୍ରଧାନମନ୍ତ୍ରୀ ରୁଷି ସୁନକ ନୂଆଦିଲ୍ଲୀରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପରେ ଏହି ଟ୍ୱିଟ କରିଛନ୍ତି।
G 20 in India | UK Prime Minister Rishi Sunak tweets,
"15 years ago, #G20 leaders came together for the first time to restore global growth after the financial crisis. We meet at a time of enormous challenges – the world is looking to the G20 once again to provide leadership.… pic.twitter.com/SDsQ350kWH— ANI (@ANI) September 9, 2023
ଆଜି ଠାରୁ ନୂଆଦିଲ୍ଲୀରେ ଦୁଇ ଦିନିଆ ଜି-୨୦ ସମ୍ମିଳନୀ ଆରମ୍ଭ ହୋଇଛି। ସୁସଜ୍ଜିତ ଭାରତ ମଣ୍ଡପମ୍ରେ ସମ୍ମିଳନୀର ଆୟୋଜନ ହୋଇଥିବା ବେଳେ ମଣ୍ଡପମ୍ରେ ଅତିଥିମାନଙ୍କ ଆଗମନ ହୋଇଛି। ଭାରତ ମଣ୍ଡପମ୍ରେ ଏକାଠି ହୋଇଛନ୍ତି ବିଶ୍ୱନେତା। ବ୍ରିଟିଶ ପ୍ରଧାନମନ୍ତ୍ରୀ ରୁଷି ସୁନକ ମଧ୍ୟ ଏହି ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି।



