କଲମପୁର : ଜାତୀୟ ମିଶନ ଇନ୍ଦ୍ରଧନୁ କାର୍ଯ୍ୟକ୍ରମର ଟିକାକରଣ ନେଇ ଶନିବାର ଦିନ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଏହି ରଥକୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ପୂଜା ଅର୍ଚ୍ଚନା କରାଯିବା ପରେ ଗୋଷ୍ଠୀ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶିବାଶିଷ ସ୍ୱାଇଁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଜାତୀୟ ମିଶନ ଇନ୍ଦ୍ରଧନୁ କାର୍ଯ୍ୟକ୍ରମରେ ଯେଉଁ ଶିଶୁ ଅଥବା ଗର୍ଭବତୀ କୌଣସି ଟୀକା ନେବାରେ କୌଣସି କାରଣରୁ ଅନିୟମିତତା କରିଥାନ୍ତି ଅଥବା ଆଦୌ ଟୀକା ନେଇନ ଥିବା ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ଏହି କାର୍ଯ୍ୟକ୍ରମର ମାଧ୍ୟମରେ ତିନିଟି ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ଟୀକାକରଣ କରାଯିବାର ବ୍ୟବସ୍ଥା କରାଯାଇଛି।
ବିଭିନ୍ନ ରୋଗ ସଂକ୍ରମଣରୁ ସୁରକ୍ଷା ଦେବା ସହ ଶିଶୁ ଏବଂ ଗର୍ଭବତୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷିତ ରଖିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରିତୀମତ ଟୀକାକରଣ ବ୍ୟବସ୍ଥା କରାଯାଇଛି। ଯାହାଦ୍ୱାରା ଶିଶୁ ଓ ମାତୃ ମୃତ୍ୟୁହାରକୁ ରୋକାଯାଇ ପାରିବ। କିନ୍ତୁ ଅନେକ ସ୍ଥଳେ ଲୋକଙ୍କ ମଧ୍ୟରେ ସଚେତନତା ଅଭାବ ଯୋଗୁଁ ଅନେକ ଗର୍ଭବତୀ ଓ ଶିଶୁ ବିଭିନ୍ନ ଟୀକା ନେବାରୁ ବାଦ ପଡୁଛନ୍ତି। ଏପରିକି କିଛି ଗର୍ଭବତୀ ଏବଂ ଶିଶୁ ଟୀକା ନେବାରେ ଅନିୟମିତତା କରୁଛନ୍ତି। ତେଣୁ ଏହି ଜାତୀୟ ମିଶନ ଇନ୍ଦ୍ରଧନୁ ମାଧ୍ୟମରେ ସେମାନଙ୍କୁ ତିନିଟି ପର୍ଯ୍ୟ।ୟରେ ଟୀକାକରଣ କରାଯିବାର ବ୍ୟବସ୍ଥା କରାଯାଇଛି।
ତେଣୁ ଲୋକଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ ଏହି ରଥର ଶୁଭାରମ୍ଭ କରାଯାଇଛି। ବ୍ଲକର ୧୧ ଗୋଟି ପଂଚାୟତର ୫୫ ଖଣ୍ଡ ରାଜସ୍ୱ ଗ୍ରାମକୁ ଏହି ରଥ ପରିକ୍ରମା କରିବା ସହ ଲୋକଙ୍କୁ ସଚେତନତା କରାଇବାରେ ସହାୟକ ହେବ। କଲମପୁର ବ୍ଲକର ୨୮୯ ଶିଶୁ ଏବଂ ୫୩ ଜଣ ମହିଳା ଟିକାକରଣରେ ଅନିୟମିତତା କରିଥିବା ଅଥବା ବାଦ ପଡିଥିବା ଉପଭୋକ୍ତାଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ଏହି ମିଶନ ଇନ୍ଦ୍ରଧନୁରେ ସାମିଲ କରାଯାଇ ବ୍ଲକର ୫୪ ଗୋଟି ଟୀକାକରଣ କେନ୍ଦ୍ରରେ ଟୀକାକରଣ କରାଯିବ।
ଏହି ମିଶନ ଇନ୍ଦ୍ରଧୁନ ସଚେତନତା ରଥର ଶୁଭାରମ୍ଭ ସମୟରେ ଡାକ୍ତର ମୃତ୍ୟୁଞ୍ଜୟ ମହାନ୍ତି, ସମସ୍ତ ଗ୍ରାମର ଆଶା କର୍ମୀଙ୍କ ସମେତ ସମସ୍ତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ, ସ୍ୱାସ୍ଥ୍ୟ କର୍ମୀ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ଏବଂ ସାଂସଦଙ୍କ ରୋଗୀକଲ୍ୟାଣ ସମିତିର ପ୍ରତିନିଧି ନିଳକଣ୍ଠ ସୁନାନୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଜନ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ହେମନ୍ତ କୁମାର ଶଗଡିଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା।
ପ୍ରତ୍ୟେକ ଗାଁକୁ ଏହି ମିଶନ ଇନ୍ଦ୍ରଧନୁ ସଚେତନତା ରଥ ପରିକ୍ରମା କରିବ। ଗ୍ରାମର ଆଶା ଏବଂ ସମ୍ପୃକ୍ତ ଅଂଚଳର ମହିଳା ସ୍ୱାସ୍ଥ୍ୟକର୍ମୀ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ମାନେ ଲୋକଙ୍କୁ ଟୀକାକରଣ ନେଇ ସଚେତନତା ସୃଷ୍ଟି କରାଇବାରେ ନିୟୋଜିତ ହେବେ। ବାଦ ପଡିଥିବା ଅଥବା ଟୀକା ନେବାରେ ଅନିୟମିତତା କରିଥିବା ଉପଭୋକ୍ତାଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଟୀକାକରଣ କରାଯିବ ବୋଲି ଗୋଷ୍ଠୀ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶିବାଶିଷ ସ୍ୱାଇଁ ମତବ୍ୟକ୍ତ କରିଛନ୍ତି।
ଗଡିଲା ଜାତୀୟ ମିଶନ ଇନ୍ଦ୍ରଧନୁ କାର୍ଯ୍ୟକ୍ରମର ଟୀକାକରଣ ରଥ
Popular Categories



