www.samajalive.in
Saturday, December 6, 2025
14.1 C
Bhubaneswar

ବିଦ୍ୟୁତ୍ ଆଘାତରେ ଯୁବକ ଗୁରୁତର

କଲମପୁର : କଲମପୁର ବ୍ଲକ ଅଧିନସ୍ଥ ଭଇଁରୀ ଗ୍ରାମ ଠାରେ ଶନିବାର ସକାଳୁ ଘଟିଛି ଅଘଟଣ। ଜନୈକ ଯୁବକ ନିଜ ଘରେ କୌଣସି ଏକ ବିଦ୍ୟୁତ୍ ସାମଗ୍ରୀ ମରାମତି କରୁଥିବା ବେଳେ ବିଦ୍ୟୁତ୍ ଆଘାତ ପାଇ ଗୁରୁତର ହେଇ ପଡିଥିଲେ। ପରିବାର ଲୋକ ତାଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛନ୍ତି।
ସୂଚନା ଅନୁସାର ଭଇଁରୀ ଗ୍ରାମର ରଞ୍ଜିତ ନାୟକ ନାମକ ଯୁବକ ଶନିବାର ସକାଳୁ କୌଣସି ଏକ ବିଦ୍ୟୁତ୍ ସାମଗ୍ରୀକୁ ମରାମତି କରୁଥିଲେ। କିନ୍ତୁ ତାଙ୍କ ଅନ୍ୟମନସ୍କତା ଯୋଗୁଁ ହଠାତ୍ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ଯାହାରି ଫଳରେ ସେ ଗୁରୁତର ହେଇ ପଡିଥିଲେ। ତୁରନ୍ତ ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛନ୍ତି। ରଞ୍ଜିତଙ୍କ ଚିକିତ୍ସା ଜାରି ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories