www.samajalive.in
Sunday, December 14, 2025
19.1 C
Bhubaneswar

କେନ୍ଦ୍ର କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ଦୀପାବଳୀ ଉପହାର

ନୂଆଦିଲ୍ଲୀ : କେନ୍ଦ୍ର କର୍ମଚାରୀଙ୍କୁ କେନ୍ଦ୍ର ସରକାର ଦୀପାବଳୀ ଉପହାର ଦେଇଛନ୍ତି । ମହଙ୍ଗା ଭତ୍ତା (ଡିଏ)ବୃଦ୍ଧି ପରେ ବର୍ତ୍ତମାନ ଭ୍ରମଣ ଭତ୍ତା (ଟିଏ) ମଧ୍ୟ ବୃଦ୍ଧି କରିଛନ୍ତି । ଭ୍ରମଣ ଭତ୍ତାର ବୃଦ୍ଧି ଦୁଇଟି ଉପାୟରେ ଘଟିଛି । ପ୍ରଥମ ଡିଏରେ ବୃଦ୍ଧି ସହିତ ସେମାନଙ୍କର ମୋଟ ଭ୍ରମଣ ଭତ୍ତା ବୃଦ୍ଧି ପାଇଛି । ଏଥି ସହିତ କେନ୍ଦ୍ର କର୍ମଚାରୀମାନେ ବର୍ତ୍ତମାନ ରାଜଧାନୀ ଓ ଦୁରନ୍ତୋ ଏକ୍ସପ୍ରେସ ବ୍ୟତୀତ ତେଜସ ଟ୍ରେନରେ ଯାତ୍ରା କରିବାର ସୁଯୋଗ ପାଇବେ । ଅର୍ଥାତ୍ ସେମାନଙ୍କର ଭ୍ରମଣ ଗ୍ରେଡ୍ ବୃଦ୍ଧି କରାଯାଇଛି । ସରକାରୀ କର୍ମଚାରୀମାନଙ୍କୁ ସେମାନଙ୍କର ଯାତ୍ରା ପାଇଁ ଭତ୍ତା ଦିଆଯାଏ । ଏହା ବେତନର ଏକ ଅଂଶ ହୋଇଥାଏ ଓ ଡିଏ ବୃଦ୍ଧି ସହିତ ଏଥିରେ ମଧ୍ୟ ସଂଶୋଧନ କରାଯାଇଥାଏ । ଡିଏରେ ବୃଦ୍ଧିର ପ୍ରଭାବ ଟିଏରେ ଦେଖାଯାଇଥାଏ। ନିକଟରେ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରାଯାଇଥିଲା । ମୋଟ ମହଙ୍ଗା ଭତ୍ତା ୩୮ ପ୍ରତିଶତକୁ ବୃଦ୍ଧି ପାଇଛି । ମହଙ୍ଗା ଭତ୍ତା ବୃଦ୍ଧି ଯୋଗୁଁ କର୍ମଚାରୀଙ୍କ ଟିଏରେ ବୃଦ୍ଧି ଘଟିଥିଲା ।​ ବର୍ତ୍ତମାନ ଟ୍ରାଭେଲ ଗ୍ରେଡ୍ ବୃଦ୍ଧି କରାଯାଇଛି । ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ କହିଛି; ବର୍ତ୍ତମାନ କେନ୍ଦ୍ର କର୍ମଚାରୀମାନେ ତେଜସ୍ ଟ୍ରେନ୍ ଦ୍ୱାରା ସେମାନଙ୍କର ଆଧିକାରୀକ ଗସ୍ତରେ ଯାତ୍ରା କରିପାରିବେ । ଆଇଆରସିଟିସିର ତେଜସ୍ ଏକ୍ସପ୍ରେସ୍ ହେଉଛି ଦେଶର ପ୍ରଥମ ଘରୋଇ ଓ ପ୍ରିମିୟମ୍ କ୍ଲାସ୍ ଟ୍ରେନ୍ । ଭ୍ରମଣ ଭତ୍ତା ପେ ମ୍ୟାଟ୍ରିକ୍ସ ସ୍ତର ଆଧାରରେ ୩ ବର୍ଗରେ ବିଭକ୍ତ କରାଯାଇଛି । ସହର ଓ ଛୋଟ ସହରଗୁଡିକ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇଛି । ସହରଗୁଡିକର ଜନସଂଖ୍ୟା ଆଧାରରେ ଏହି ବର୍ଗୀକରଣ କରାଯାଇଛି । ପ୍ରଥମ ବର୍ଗ – ଉଚ୍ଚ ପରିବହନ ଭତ୍ତା ସହର ଓ ଅନ୍ୟ ସହରଗୁଡିକ ଅନ୍ୟ ବର୍ଗରେ ରଖାଯାଇଛି ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories