ରାଜସ୍ବ ବିଭାଗର ଚଢଉ, ୩ ମୋରମ ବୋଝେଇ ଟ୍ରାକ୍ଟର ଜବତ

ପାଟଣା :  ପାଟଣା ତହସିଲ ଅଞ୍ଚଳରେ ବେଆଇନ ବାଲି ଚୋରା ଚାଲାଣ ଚାଲିଥିବା ବେଳେ ଶୁକ୍ରବାର ପାଟଣା ତହସିଲଦାର ତାପସ ରଂଜନ ଦେହୁରୀଙ୍କ ନେତୃତ୍ବରେ ସୁଆମ ଅଞ୍ଚଳରେ ଅତର୍କିତ ଚଢଉ କରାଯାଇଥିଲା। ଚଢଉ ସମୟରେ ୩ ଟି ବେଆଇନ ମୋରମ ବୋଝେଇ ଟ୍ରାକ୍ଟରକୁ ଜବତ କରାଯାଇଥିଲା। ଏହା ସହ ପ୍ରତି ଟ୍ରାକ୍ଟର ଉପରେ ୧୦ ହଜାର ୧୨୦ ଟଙ୍କା ଲେଖାଏଁ ମୋଟ ୩୦ ହଜାର ୩୬୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ଏହି ଚଢଉରେ ତହସିଲଦାରଙ୍କ ସହ ଅତିରିକ୍ତ ତହସିଲଦାର ଶରଣ କୁମାର ଜେନା, ରାଜସ୍ବ ପରିଦର୍ଶକ ବନମାଳୀ ନାଏକ ଓ ରାଜସ୍ବ ନୀରିକ୍ଷକ ଶ୍ରୀଧର ନାୟକ ପ୍ରମୁଖ ସାମିଲ ଥିଲେ।
kalyan agarbati

Comments are closed.