www.samajalive.in
Sunday, December 7, 2025
23.1 C
Bhubaneswar

ଦିଲ୍ଲୀ-ଏନସିଆର ସୀମାନ୍ତରେ ଅଟକି ରହିଛି ୬ ହଜାରରୁ ଅଧିକ ଟ୍ରକ; ବ୍ୟବସାୟ ପ୍ରଭାବିତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପରିବେଶ ପ୍ରଦୂଷଣ ଚରମ ସୀମାରେ ପହଞ୍ଚିବା ପରେ ରାଜଧାନୀ ମଧ୍ୟକୁ ଟ୍ରକଗୁଡିକର ପ୍ରବେଶକୁ ନିଷେଧ କରାଯାଇଛି । ଏହାଫଳରେ ବିଭିନ୍ନ ପଣ୍ୟସାମଗ୍ରୀ ବୋଝେଇ ୬ ହଜାରରୁ ଅଧିକ ଟ୍ରକ ଦିଲ୍ଲୀ-ଏନସିଆର ସୀମାନ୍ତରେ ଅଟକି ରହିଛି । ବିଭିନ୍ନ ସାମଗ୍ରୀ ଦିଲ୍ଲୀ ମଧ୍ୟକୁ ଆସିପାରୁନଥିବାରୁ ବ୍ୟବସାୟ ଗୁରୁତର ପ୍ରଭାବିତ ହୋଇଥିବା ଜଣାଯାଇଛି । ଏହାସହିତ ଟ୍ରକ ମାଲିକମାନେ ମଧ୍ୟ ବିପୁଳ କ୍ଷତିର ସମ୍ମୁଖୀନ ହେଉଛନ୍ତି । ଦିଲ୍ଲୀ ପରିବେଶ ଓ ଜଙ୍ଗଲ ବିଭାଗ ପକ୍ଷରୁ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବୋଝେଇ କରି ଆସୁଥିବା ଅଳ୍ପ କିଛି ଟ୍ରକକୁ ପ୍ରବେଶ ପାଇଁ ଅନୁମତି ଦିଆଯାଉଛି । ସରକାର କେବଳ ସିଏନଜି ଏବଂ ବିଦ୍ୟୁତଚାଳିତ ଟ୍ରକଗୁଡିକର ପ୍ରବେଶକୁ ପୂର୍ଣ୍ଣ ଅନୁମତି ପ୍ରଦାନ କରିଛନ୍ତି । ତେବେ ସେଭଳି ଟ୍ରକ ସଂଖ୍ୟା ହାତଗଣତି ହୋଇଥିବାବେଳେ ଟ୍ରକଗୁଡିକ ମୁଖ୍ୟତଃ ଡିଜେଲରେ ଚାଲୁଛି ।
ଇତିମଧ୍ୟରେ ବିଭିନ୍ନ ପରିବହନ ସଂଘ ପକ୍ଷରୁ କୁହାଯାଇଛି ଯେ ଭାରତର ଚଳାଚଳ କରୁଥିବା ଟ୍ରକଗୁଡିକ ମଧ୍ୟରୁ ୭୫ ପ୍ରତିଶତରୁ ଅଧିକ ଟ୍ରକ ଡିଜେଲ ଚାଳିତ । ସେଥିପାଇଁ ଦିଲ୍ଲୀ ସରକାରଙ୍କ ନିଷେଧାଦେଶ ଅଧିକାଂଶ ଟ୍ରକ ମାଲିକଙ୍କୁ ପ୍ରଭାବିତ କରିଛି । ଦୈନନ୍ଦିନ ଭିତ୍ତିରେ ଦିଲ୍ଲୀ ମଧ୍ୟକୁ ପ୍ରାୟ ୧୦ ହଜାର ଟ୍ରକ ବିଭିନ୍ନ ସାମଗ୍ରୀ ନେଇ ପ୍ରବେଶ କରିଥାଏ । ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏବେ ଦିଲ୍ଲୀକୁ ଟ୍ରକ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି । ତାହାସତ୍ୱେ ସେଗୁଡିକୁ ପ୍ରବେଶ ଅନୁମତି ମିଳୁନାହିଁ । ଏହି କାରଣରୁ ବାଣିଜ୍ୟ ବ୍ୟବସାୟ ପ୍ରାୟ ଅର୍ଦ୍ଧେକ ହ୍ରାସ ପାଇଥିବା ଏକ ବ୍ୟବସାୟୀ ସଂଘର କାର୍ଯ୍ୟକର୍ତ୍ତା କହିଛନ୍ତି । ଡିଜେଲ ଚାଳିତ ଟ୍ରକଗୁଡିକର ପ୍ରବେଶକୁ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ନିଷେଧ କରାଯାଇଛି ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories