ଚଳିତ ବର୍ଷ ସ୍ୱାଭାବିକ ବର୍ଷା

0

ନୂଆଦିଲ୍ଳୀ, ଆଗାମୀ ମୌସୁମୀରେ ଦେଶରେ ସ୍ୱାଭାବିକ ବର୍ଷା ହେବ ବୋଲି ପାଣିପାଗ ଗବେଷଣା ସଂସ୍ଥା ସ୍କାଏମେଟ୍‌ ଅନୁମାନ କରିଛି । ସ୍କାଏମେଟ୍‌ର ଅନୁମାନ ସତ୍ୟ ହେଲେ ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ୮୮୭ ମିମି ବର୍ଷା ହେବ । ଏହି ଆଧାରରେ ଚଳିତ ବର୍ଷ ମରୁଡ଼ି ଆଶଙ୍କା ଟଳିଯିବ ବୋଲି କୁହାଯାଇପାରେ । ସାଧାରଣତଃ ୯୬ ରୁ ୧୦୪ ପ୍ରତିଶତ ବୃଷ୍ଟିପାତକୁ ସ୍ୱାଭାବିକ ବୋଲି କୁହାଯାଏ । ୯୦ ରୁ ୯୫ ପ୍ରତିଶତ ବୃଷ୍ଟିପାତକୁ କମ୍‌ ଏବଂ ୧୦୪ ରୁ ୧୧୦ ପ୍ରତିଶତ ବୃଷ୍ଟିପାତକୁ ଅଧିକ ବୋଲି କୁହାଯାଏ । ଜୁନ୍‌ ମାସରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଏବଂ ଜୁଲାଇ ଓ ଅଗଷ୍ଟରେ ସ୍ୱାଭାବିକଠାରୁ କମ୍‌ ବର୍ଷା ହେବ ବୋଲି ସ୍କାଏମେଟ୍‌ କହିଛି ।

Leave A Reply