www.samajalive.in
Monday, December 15, 2025
26.1 C
Bhubaneswar

ପାଞ୍ଚ ଦିନରେ କେରଳ ଛୁଇଁବ ମୌସୁମୀ

ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବ। ଏଥିପାଇଁ ପାଣିପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)ସ୍ପଷ୍ଟ କରିଛି। ମୌସୁମି ଦକ୍ଷିଣ ଆରବ ସାଗର, ମାଳଦ୍ବୀପ, ଲାକ୍ଷାଦ୍ବୀପ, କେରଳ, ତାମିଲନାଡୁ, ଦକ୍ଷିଣ-କେନ୍ଦ୍ରୀୟ ବଙ୍ଗୋପସାଗର, ଉତ୍ତର-ପୂର୍ବ ବଙ୍ଗୋପସାଗର, ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡିକର କିଛି ସ୍ଥାନକୁ ସ୍ପର୍ଶ କରିବା ସମ୍ଭାବନା ରହିଛି। ଚଳିତ ବର୍ଷ ମୌସୁମି ମେ’ ୨୭ବେଳକୁ କେରଳ ଛୁଇଁବ ବୋଲି ଆଇଏମଡି ଆକଳନ କରିଥିଲା। ଚଳିତ ବର୍ଷ ଗୋଟିଏ ଦିନ ଆଗୁଆ ଆଣ୍ଡାମାନରେ ପହଞ୍ଚିଥିବା ବେଳେ ପ୍ରାୟ ୬ଦିନ ଆଗରୁ କେରଳ ଛୁଇଁବା ସମ୍ଭାବନା ରହିଛି। କେରଳ ଛୁଇଁବାର ୧୦ରୁ ୧୨ଦିନରେ ମୌସୁମି ଓଡ଼ିଶା ଆସିଥାଏ। ଏଥର ଓଡ଼ିଶାରେ ଜୁନ୍ ୧୦ସୁଦ୍ଧା ମୌସୁମୀ ପହଞ୍ଚିପାରେ ବୋଲି ଆକଳନ କରାଯାଉଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories