www.samajalive.in
Friday, December 5, 2025
27.1 C
Bhubaneswar

ଜୁନ୍ ୨୩ରେ ସରପଞ୍ଚ ଓ ୱାର୍ଡମେମ୍ବର ଉପ-ନିର୍ବାଚନ

ଭୁବନେଶ୍ବର : ଆସନ୍ତା ଜୁନ୍ ୨୩ ତାରିଖରେ ୪୩ଟି ସରପଞ୍ଚ ଏବଂ ୨୭୨ ୱାର୍ଡ ମେମ୍ବର ପଦବୀ ପାଇଁ ରାଜ୍ୟରେ ଉପ-ନିର୍ବାଚନ ହେବ। ୨୪ ତାରିଖରେ ଭୋଟ ଗଣତି ସହ ଫଳ ଘୋଷଣା କରାଯିବ। ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦ଟି ଜିଲାରେ ଖାଲିଥିବା ସରପଞ୍ଚ ଏବଂ ୨୩ ଜିଲାରେ ୱାର୍ଡମେମ୍ବର ପଦବୀ ପାଇଁ ନିର୍ବାଚନ ହେବ। ନିର୍ବାଚନ ପାଇଁ ଚଳିତ ମାସ ୨୦ ତାରିଖରୁ ଜୁନ୍ ୨୪ ଯାଏ ଆଦର୍ଶ ଆଚରଣ ବିଧି ବଳବତ୍ତର ରହିବ ବୋଲି ଜଣାପଡ଼ିଛି। ମୃତ୍ୟୁ, ଇସ୍ତଫା ଅବା ଅଯୋଗ୍ୟ ଘୋଷଣା ହେବା ଫଳରେ ବିଭିନ୍ନ ଜିଲାରେ ପରପଞ୍ଚ ଓ ୱାର୍ଡ ମେମ୍ବରଙ୍କ ଆସନ ଖାଲି ରହିଛି। ଚଳିତ ମାସ ୨୬ରୁ ୩୧ ମଧ୍ୟରେ ନାମାଙ୍କନ ଦାଖଲ, ଜୁନ୍ ୪ରେ ନାମାଙ୍କନ ପ୍ରତ୍ୟାହାର ଓ ଜୁନ୍ ୨୩ ତାରିଖ ସକାଳ ୭ରୁ ଅପରାହ୍ନ ୧ଟା ମଧ୍ୟରେ ଭୋଟ ଗ୍ରହଣ କରାଯିବ। ପରଦିନ ଭୋଟ ଗଣତି ଏବଂ ୨୫ ତାରିଖରେ ନିର୍ବାଚିତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories