www.samajalive.in
Sunday, December 14, 2025
19.1 C
Bhubaneswar

ମାଙ୍କଡ ଓ ବଜ୍ରକାପ୍ତା ଉଦ୍ଧାର କଲା ବନବିଭାଗ 

ଗୋପାଳପୁର : ବ୍ରହ୍ମପୁର ବନ ବିଭାଗ ଆଜି ଗୋଳାବନ୍ଦ ସ୍ଥିତ ହାତୀପାଦୁ ଓ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରରୁ ଏକ ମାଙ୍କଡ଼ ଓ ବଜ୍ରକାପ୍ତା ଉଦ୍ଧାର କରିଛି । ସୂଚନା ପ୍ରକାରେ ବିଶ୍ଵବିଦ୍ୟାଳୟ ପରିସରରେ ଥିବା ଭଞ୍ଜ ଆହାର କେନ୍ଦ୍ରରେ ଏକ ମାଙ୍କଡ଼ କିଛି ଦିନ ହେଲା ଗୋଠରୁ ଅଲଗା ହୋଇ ସ୍ଥାନୀୟ ଲୋକଙ୍କୁ ହଇରାଣ ହରକତ କରୁଥିବା ଅଭିଯୋଗ ହେଉଥିଲା ।

ଯାହାଫଳରେ କୌଣସି ଛାତ୍ରଛାତ୍ରୀ ଓ କର୍ମଚାରୀ ଭୟରେ ଆହାର କେନ୍ଦ୍ରକୁ ଯାଉନଥିଲେ । ଆଜି ପୁଣି ମାଙ୍କଡଟି ଉତ୍ପାତ ଆରମ୍ଭ କରି ଦେଇଥିଲା । କିଛି ଲୋକ ତାକୁ ଘଉଡ଼ାଇବା ସମୟରେ ନିକଟରେ ଥିବା ଶୌଚାଳୟ ଭିତରକୁ ମାଙ୍କଡଟି ଚାଲିଯାଇଥିଲା ଏବଂ ଆହାର କେନ୍ଦ୍ରର ଲିଜଧାରୀଜଣଙ୍କ ତାକୁ ବାହାର ପଟୁ କବାଟ ଦେଇଦେଇଥିଲେ । ଘଟଣା ନେଇ ବନବିଭାଗ କର୍ମଚାରୀଙ୍କ ସହ ଯୋଗାଯୋଗ କରାଯାଇଥିଲା । ପରେ ବନବିଭାଗ କର୍ମଚାରୀମାନେ ପହଞ୍ଚି ମାଙ୍କଡଟିକୁ କାବୁ  କରିଥିଲେ । ବନବିଭାଗ ପକ୍ଷରୁ ଫରେଷ୍ଟର ଗିରିଶ ଚନ୍ଦ୍ର ରାୟ, ନୀଳାଞ୍ଚଳ ଦାଶ, ସ୍ୱାଧୀନ କୁମାର, କୃଷ୍ଣ ପ୍ରଧାନ, ଶ୍ରୀକାନ୍ତ ପଢିଆଳି, ଅଜିତ କୁମାର ଧାରୁଆ ଉପସ୍ଥିତ ଥିଲେ । ସେହିପରି ଗୋଳାବନ୍ଦ ସ୍ଥିତ ହାତୀପାଦୁ ଅଞ୍ଚଳରୁ ଏକ ବଜ୍ରକାପ୍ତା ଉଦ୍ଧାର କରିଥିଲା ବନବିଭାଗ । ଉଦ୍ଧାର ହୋଇଥିବା ମାଙ୍କଡ ଓ ବଜ୍ରକାପ୍ତାକୁ ଟାମଣା ଜଙ୍ଗଲରେ ଛଡ଼ାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି।

ପୁଲିସକୁ ଲୁଟେରାଙ୍କ ଖୋଲା ଚାଲେଞ୍ଜ, ଦୁଇଦିନରେ ଦୁଇଟି ମନ୍ଦିରରୁ ଚୋରି

- Advertisement -

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories