www.samajalive.in
Sunday, December 7, 2025
18.1 C
Bhubaneswar

ଶଙ୍ଖ ଶିବିରରେ ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା

ଭୁବନେଶ୍ବର: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ବିଜେଡିରେ ସାମିଲ ହୋଇଛନ୍ତି କଂଗ୍ରେସ ନେତା ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ। ରବିବାର ଶଙ୍ଖ ଭବନରେ ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ଶହ ଶହ ସମର୍ଥକଙ୍କ ସହ ସେ ଶଙ୍ଖ ଶିବିରରେ ସାମିଲ ହୋଇଛନ୍ତି। ବିଜେଡିରେ ମିଶିବା ପରେ ସେ ପାରାଦ୍ୱୀପରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

- Advertisement -

ଶ୍ରମିକ ନେତା ବାପି କଂଗ୍ରେସ ଦଳରୁ ୨୦୧୯ରେ ପ୍ରାର୍ଥୀ ହୋଇଥିଲେ। ୫୦ହଜାରରୁ ଅଧିକ ଭୋଟ ପାଇଥିବା ବାପି ନିର୍ବାଚନରେ ପରାଜିତ ହେବାପରେ କଂଗ୍ରେସଠାରୁ ଦୂରେଇ ଯାଇଥିଲେ। ବିଗତ ପୌର ନିର୍ବାଚନରେ ସେ ‘ଆମ ପାରାଦ୍ୱୀପ ଆମ ପ୍ରଗତି ’ ନାମରେ ନୂଆ ସଙ୍ଗଠନ ଗଠନ କରି ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିଲେ। ଏହି ସଙ୍ଗଠନ ବିଜେଡି ଓ ବିଜେପିକୁ ପଛରେ ପକାଇ ୧୯ଟି ପାରିଷଦ ଆସନ ମଧ୍ୟରୁ ୯ଟି ଆସନ ହାତେଇଥିଲା। ଏମିତିକି ତାଙ୍କ ସଙ୍ଗଠନ ପୌର ଉପାଧ୍ୟକ୍ଷ ପଦ ମଧ୍ୟ ପାଇଥିଲା। ଦୀର୍ଘଦିନର ନୀରବତା ପରେ ରାଜନୈତିକ ମୈଦାନକୁ ତାଙ୍କ ପତ୍ନୀ ଦୀପା ସର୍ଖେଲ ଗୋଡ଼ କାଢିଛନ୍ତି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories