www.samajalive.in
Tuesday, December 9, 2025
16.1 C
Bhubaneswar

ଆପଣାଇଲେ ଏହି ସରଳ ଉପାୟ : ଘରେ ହେବ ଧନବର୍ଷା

ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ଟଙ୍କାପଇସା ରୋଜଗାର ସହ ଧନସମ୍ପତ୍ତି ସଞ୍ଚୟ କରି ରଖିବା ପାଇଁ ଅନେକ ପରିଶ୍ରମ କରିଥାଆନ୍ତି। ମାତ୍ର ଅନେକ ସମୟରେ ପରିଶ୍ରମ ଅନୁଯାୟୀ ଧନପ୍ରାପ୍ତି ହୋଇନଥାଏ। ଏହାସହ ଖର୍ଚ୍ଚ ମଧ୍ୟ ଅଧିକ ହୋଇଥାଏ। ଜ୍ୟୋତିଷ  ଶାସ୍ତ୍ର ଅନୁଯାୟୀ ଧନପ୍ରାପ୍ତି ସହ ଆଶାନୁରୂପକ ସଞ୍ଚୟ ପାଇଁ କିଛି ସରଳ ଉପାୟ ପ୍ରତି ଧ୍ୟାନ ଦିଅନ୍ତୁ। ଏହାଦ୍ୱାରା ଘରେ ସୁଖଶାନ୍ତି ବୃଦ୍ଧି ଧନ ମଧ୍ୟ ସଞ୍ଚୟ ହୋଇଥାଏ। ଜାଣନ୍ତୁ…..
ହିନ୍ଦୁ ଧର୍ମରେ ତୁଳସୀ ବୃକ୍ଷକୁ ଖୁବ ପବିତ୍ର ଓ ଶୁଭ ବୋଲି ମାନ୍ୟତା ରହିଛି। ଘରର ଅଗଣାରେ ତୁଳସୀ ବୃକ୍ଷ ଲଗାଇବା ଦ୍ୱାରା ଘରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।
ମା’ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ। ମା’ଲକ୍ଷ୍ମୀ ପ୍ରସନ୍ନ ରହିଲେ ବ୍ୟକ୍ତିଙ୍କ ଜୀବନରେ ଧନର ଆଦୌ ଅଭାବ ହୋଇନଥାଏ। ଧନସହ ଜଡ଼ିତ ଅନେକ ସମସ୍ୟା ଦୂର ହୋଇଥାଏ। ମାଆଙ୍କୁ ପ୍ରସନ୍ନ ପାଇଁ ଗୁରୁବାର ଦିନ ବ୍ରତ ରଖିବା ସହ ଭଗବାନ ବିଷ୍ଣୁ ଓ ମାଆ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରନ୍ତୁ।
ଆର୍ଥିକ ସମସ୍ୟା ଲାଗି ରହୁଥିଲେ ପ୍ରତିଦିନ ଯେକୌଣସି ମନ୍ଦିରକୁ ଯାଇ ଭଗବାନଙ୍କୁ ପ୍ରାର୍ଥନା ସହ ଦୀପ ଲଗାନ୍ତୁ।
ସେହିପରି ପ୍ରତିଦିନ ଶିବଲିଙ୍ଗରେ ଜଳ ଅର୍ପଣ କରିବା ସହ ବେଲପତ୍ର,ଅକ୍ଷତ ଓ କ୍ଷୀର ଅର୍ପଣ କରନ୍ତୁ। ଏହାଦ୍ୱାରା ମନସ୍କାମନା ପୂରଣ ହୋଇଥାଏ।
ଚନ୍ଦ୍ରମାକୁ ଶୀତଳତାର ପ୍ରତୀକ ବୋଲି କୁହାଯାଏ। ଚନ୍ଦ୍ରମାଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ଧନସମ୍ପତି ବୃଦ୍ଧି ହୋଇଥାଏ। ପୂର୍ଣ୍ଣିମା ଦିନ ଚନ୍ଦ୍ରମାଙ୍କୁ ପୂଜା କରିବା ଦ୍ୱାରା ଧନସମ୍ପତ୍ତି ଜନିତ ଅନେକ ସସମ୍ୟା ଦୂର ହୋଇଥାଏ।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories