www.samajalive.in
Saturday, December 6, 2025
14.1 C
Bhubaneswar

ଏହି ସରଳ ଉପାୟରେ ଧନ ବୃଦ୍ଧି ସହ ମିଳିବ ଚମତ୍କାରୀ ଲାଭ

ପ୍ରତ୍ୟେକ ବାର ଦେବାଦେବୀଙ୍କୁ ସମର୍ପିତ। ସେଭଳି ଗୁରୁବାର ଦିନଟି ପ୍ରଭୁ ବିଷ୍ଣୁ,ମା’ଲକ୍ଷ୍ମୀ ଓ ଦେବଗୁରୁ ବୃହସ୍ପତିଙ୍କୁ ସମର୍ପିତ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପୂଜାର୍ଚ୍ଚନା ସହ କିଛି ବିଶେଷ ଉପାୟ ଆପଣାଇବା ଦ୍ୱାରା ଜୀବନରେ ଥିବା ଅନେକ ସମସ୍ୟା ଦୂର ହୋଇ ଧନ ବୃଦ୍ଧି ହେବ। ଘରେ ସୁଖଶାନ୍ତି ଓ ଧନବୃଦ୍ଧି ହେବ। ଜାଣନ୍ତୁ..
ଜୀବନରେ ସମସ୍ୟା ଲାଗି ରହୁଥିଲେ, ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ରହୁଥିଲେ ଗୁରୁବାର ଦିନ କେସର, ଚନ୍ଦନ,ହଳଦୀର ଦାନ କରନ୍ତୁ। ୩ଟି ଜିନିଷ ସମ୍ଭବ ନହେଲେ ଯେକୌଣସି ଗୋଟିଏ ଜିନିଷ ଦାନ କରନ୍ତୁ। ଏହାଦ୍ୱାରା ସମସ୍ୟା ଦୂର ହେବା ସହ ଶୁଭଫଳ ପ୍ରାପ୍ତି ହୋଇଥାଏ। ଶରୀର ସୁସ୍ଥ ରହିଥାଏ। ଏହାସହ ଏହି ଜିନିଷକୁ ବ୍ୟବହାର କରି ତିଳକ ଲଗାନ୍ତୁ। ଗୁରୁବାର ଦିନ ଅଧିକ ହଳଦିଆ ରଙ୍ଗର ଅଧିକ ବ୍ୟବହାର କରନ୍ତୁ। ଯେପରି ହଳଦିଆ ପୋଷାକ,ହଳଦିଆ ଫୁଲ ଅନ୍ୟାନ୍ୟ ଜିନିଷ ବ୍ୟବହାର କରନ୍ତୁ। ଏହାଦ୍ୱାରା ଜୀବନରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।
ଗୁରୁବାର ଦିନ ବୁଟ ଡାଲି ଓ ଗୁଡ ଘରର ମୁଖ୍ୟ ଦ୍ୱାର ନିକଟରେ ରଖନ୍ତୁ। ଏହାଦ୍ୱାରା ଧନଜନିତ ସମସ୍ୟା ଦୂର ହୋଇଥାଏ। କର୍ମକ୍ଷେତ୍ରରେ ଉନ୍ନତି ହୋଇଥାଏ।
କର୍ମକ୍ଷେତ୍ର ଓ ବ୍ୟବସାୟରେ ଉନ୍ନତି ପାଇଁ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କ ମନ୍ଦିରରେ ଚଣାଡାଲି ଓ କେସର ଅର୍ପଣ କରନ୍ତୁ। ଗୁରୁବାର ଦିନ ସ୍ନାନ ଜଳରେ ସାମାନ୍ୟ ହଳଦୀ ପକାଇ ସ୍ନାନ କରନ୍ତୁ। ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।
ଧନ ସହ ଜଡିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଗୁରୁବାର ଦିନ ଭଗବାନଙ୍କୁ ସ୍ମରଣ କରି କେସର କିମ୍ବା ଚନ୍ଦନର ତିଳକ ଲଗାନ୍ତୁ।
ଜାତକରେ ବୃହସ୍ପତିଙ୍କ ସ୍ଥିତି ମଜଭୂତ ପାଇଁ ପ୍ରତ୍ୟେକ ଗୁରୁବାର ଅଶ୍ୱତ୍ଥ ବୃକ୍ଷ ମୂଳରେ ଜଳ ଅର୍ପଣ କରନ୍ତୁ। ଏହାସହ ଘରର ବୟୋଜ୍ୟେଷ୍ଠ, ମାତାପିତାଙ୍କୁ ପ୍ରଣାମ କରନ୍ତୁ।
ଏହାସହ ଆଲମିରା ଓ ଐଶାନ୍ୟ କୋଣରେ କିଛି ଗୋଟା ହଳଦୀକୁ ଏକ କପଡାରେ ବାନ୍ଧି ରଖନ୍ତୁ। ଏହାଦ୍ୱାରା ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସହ ଉନ୍ନତି ହୋଇଥାଏ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories