www.samajalive.in
Saturday, December 6, 2025
16.1 C
Bhubaneswar

ଜମ୍ମୁ: ଅଖନୁର ସେକ୍ଟରରେ ସନ୍ଦିଗ୍ଧ ସିଲିଣ୍ଡର ଜବତ, ନଷ୍ଟ କଲେ ସୁରକ୍ଷାବାହିନୀ

ଜମ୍ମୁ: ଜମ୍ମୁ ଡିଭିଜନର ଅଖନୁର ସେକ୍ଟରରେ ଏକ ସନ୍ଦେହଜନକ ସିଲିଣ୍ଡର ମିଳିଛି। ସୂଚନା ପାଇବା ମାତ୍ରେ ସେନା ଯବାନ ଏବଂ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏଥିସହ ବୋମା ନିଷ୍କ୍ରିୟକାରୀ ଦଳକୁ ଘଟଣାସ୍ଥଳକୁ ଡକାଯାଇଥିଲା। ସନ୍ଦିଗ୍ଧ ସିଲିଣ୍ଡରକୁ ଏକ ସୁରକ୍ଷିତ ସ୍ଥାନକୁ ନେଇ ନଷ୍ଟ କରି ଦିଆଯାଇଛି। ବର୍ତ୍ତମାନ ଏହି ମାମଲାରେ ସୁରକ୍ଷା ବାହିନୀ ଏବଂ ପୁଲିସର ତଦନ୍ତ ଚାଲିଛି।

ସୂଚନା ଅନୁସାରେ, ଗୁରୁବାର ସକାଳେ ଦୋମାନା ବିଧାନସଭା ନିର୍ବାଚନମଣ୍ଡଳୀର କାନା ଚକ୍କ ଥାନା ଅନ୍ତର୍ଗତ ମଲପୁର ପଞ୍ଚାୟତ ସ୍ଥିତ ଚନ୍ଦେଲ ଗାଁର ସୁଆ ନମ୍ବର ଏକର ପରଗୱାଲ ରୋଡ ନିକଟରେ ଏକ ସନ୍ଦିଗ୍ଧ ସିଲିଣ୍ଡର ଜବତ କରାଯାଇଛି। ଏହି ସ୍ଥାନଠାରୁ ପ୍ରାୟ ୧୦୦ ମିଟର ଦୂରରେ ଏକ ସେନା ୟୁନିଟ୍ ଅବସ୍ଥିତ। ଏନେଇ ଖବର ପାଇବା ମାତ୍ରେ ଯବାନମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଏବଂ ବୋମା ନିଷ୍କ୍ରିୟ ୟକାରୀ ଦଳକୁ ମଧ୍ୟ ଘଟଣାସ୍ଥଳକୁ ଡକାଯାଇଥିଲା।

- Advertisement -

ସୁରକ୍ଷା ବାହିନୀ କିଛି ସମୟ ପାଇଁ ରାସ୍ତା ବନ୍ଦ କରି ଦେଇଥିଲେ। ଲୋକଙ୍କ ଯାତାୟତ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଥିଲା। ଏହାସହ ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ କରାଯାଇଥିଲା। ଏହାପରେ ସନ୍ଦିଗ୍ଧ ସିଲିଣ୍ଡରକୁ ଜେସିବି ସାହାଯ୍ୟରେ ଏକ ଗଭୀର ଗର୍ତ୍ତରେ ପକାଇ ନଷ୍ଟ କରି ଦିଆଯାଇଥିଲା। ତେବେ ଏହି ସିଲିଣ୍ଡର ସେ ସ୍ଥାନରେ କିପରି ପହଞ୍ଚିଲା ସେନେଇ ତଦନ୍ତ କରାଯାଉଛି।

 

 

 

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories