ଯବାନଙ୍କ ଗୀତରେ ଝୁମୁଛି ଦେଶ; ଇଣ୍ଟରନେଟ୍ରେ ଭାଇରାଲ ହେଉଛନ୍ତି ବିକ୍ରମଜିତ୍, ଦେଖନ୍ତୁ ଭିଡିଓ..
ନୂଆଦିଲ୍ଲୀ: ବର୍ଡରେ ଯବାନ ଗାଇଲେ ୧୯୯୭ ମସିହାର ବଲିଡଉ ଚଳଚ୍ଚିତ୍ର ଗୀତ । ନିଜର ଫିଲରେ.. ନିଜର ଦିଲରେ.. ଆଇଟିବିପି ଯବାନ ଜଣକ ଫିଲ୍ମ ‘ବର୍ଡର’ର ଗୀତକୁ ଅତି ସୁନ୍ଦ ଭାବେ ଗାଇଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯବାନଙ୍କ କଣ୍ଠର ସ୍ୱର ଜଣେ ପ୍ଲେ ବ୍ୟାକ୍ ସିଙ୍ଗରଠୁ କମ୍ ନଥିବା ଶୁଣିବାକୁ ମିଳୁଛି । ଦେଖନ୍ତୁ ଏହି ସୁନ୍ଦର ଭିଡିଓ..
ଯବାନଙ୍କ ଏହି ଗୀତର ଭିଡିଓକୁ ମନୀଷ ଶୁକ୍ଳା ନାମକ ଜଣେ ଜତୀୟ ଗଣମାଧ୍ୟମର ସାମ୍ବାଦିକ ତାଙ୍କ ଟ୍ୱିଟର ପେଜରେ ପୋଷ୍ଟ କରିଛନ୍ତି । ତାହା ସହ ଯବାନ ଜଣକଙ୍କ ନାଁ ବିକ୍ରମଜିତ୍ ସିଂ ବୋଲି ସେ ସୂଚନା ଦେଇଛନ୍ତି । ଭିଡିଓରେ ଅନ୍ୟ ତିନି ଜଣ ଯବାନ ବିକ୍ରମଙ୍କ ସହିତ ଛିଡ଼ା ହୋଇ ସଂଗୀତର ମଜା ନେଉଥିବା ଦେଖିବାକୁ ମିଳିଛି । ଜଣେ ଯାବନ ତାଙ୍କ ଗୀତରେ ଗୁଣଗୁଣ ହେଉଥିବା ଦେଖିବାକୁ ମିଳିଛନ୍ତି ।
Comments are closed.