www.samajalive.in
Monday, December 15, 2025
15.1 C
Bhubaneswar

ରାସ୍ତାରେ ନାବାଳିକାଙ୍କୁ ଅସଦାଚରଣ

ଜେହାନାବାଦ୍‍(ବିହାର): ରାସ୍ତା ଉପରେ ଜନୈକା ନାବାଳିକାଙ୍କୁ ୬ ଜଣ ଯୁବକ ଅସଦାଚରଣ କରିଥିବା ଭିଡିଓ ଭାଇରାଲ୍‍ ହୋଇଛି। ଜନଗହଳି ରାସ୍ତାରେ ଅଭିଯୁକ୍ତମାନେ ନାବାଳିକାଙ୍କ ପୋଷାକ ଟଣାଓଟରା କରିବା ସହିତ ଅସଦାଚରଣ କରିଥିଲେ। ନାବାଳିକା ଜଣକ ଅସହାୟ ଭାବେ ଏକୁଟିଆ ଲଢ଼ି ନିଜକୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ କେହି ସାହାଯ୍ୟ କରି ନ ଥିଲେ। ସୋସିଆଲ୍‍ ମିଡିଆରେ ଭିଡିଓ ଭାଇରାଲ୍‍ ହେବା ପରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଉକ୍ତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦେଶ ଦିଆଯାଇଛି। ଅଭିଯୁକ୍ତମାନେ ନାବାଳକ ବୋଲି ପୁଲିସ କହିଛି। ସେମାନଙ୍କଠାରୁ ଗୋଟିଏ ମୋଟର ସାଇକେଲ୍‍ ଓ ଭିଡିଓ ଉତ୍ତୋଳନ କରାଯାଇଥିବା ମୋବାଇଲ୍‍ ଫୋନ୍‍କୁ ପୁଲିସ ଜବତ କରିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories