କ୍ରିକେଟରୁ ଅବସର ଘୋଷଣା କଲେ ମହମ୍ମଦ କୈଫ

0

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ମହମ୍ମଦ କୈଫ ଶୁକ୍ରବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। କୈଫ ୧୨ ବର୍ଷ ତଳେ ଭାରତୀୟ କ୍ରିକେଟ ଦଳ ପାଇଁ ଶେଷ ମ୍ୟାଚ ଖେଳିଥିଲେ। ମଧ୍ୟଭାଗର ଶେଷ ଆଡ଼କୁ ସେ ବ୍ୟାଟିଂ କରୁଥିଲେ ଓ ଦମଦାର କ୍ଷେତ୍ରରକ୍ଷଣ ପାଇଁ ଖ୍ୟାତ ଥିଲେ। ୩୭ ବର୍ଷିୟ କୈଫ ଭାରତ ପାଇଁ ୧୩ଟି ଟେଷ୍ଟ, ୧୨୫ଟି ଏକ ଦିବସୀୟ ମ୍ୟାଚ ଖେଳିଛନ୍ତି। ୨୦୦୨ ନେଟୱେଷ୍ଟ ଶୃଙ୍ଖଳା ଫାଇନାଲରେ ଠିକ୍‍ ଜୁଲାଇ ୧୩ରେ ମହମ୍ମଦ କୈଫ ଲର୍ଡସ୍ ପଡ଼ିଆରେ ୮୭ ରନର ପାରି ଖେଳି ଦଳକୁ ବିଜୟୀ କରିଥିଲେ। ଇମେଲ ମାଧ୍ୟମରେ କୈଫ ନିଜର ଅବସର ବିଷୟରେ ସୂଚନା ଦେଇଛନ୍ତି। ଇମେଲରେ କୈଫ ଲେଖିଛନ୍ତି ଯେ ‘ମୁଁ ପ୍ରଥମ ଶ୍ରେଣୀ କ୍ରିକଟେର ସମସ୍ତ ଫର୍ମାଟରୁ ଅବସର ନେଉଛି। ଉଲ୍ଲେଖ ଯେ ଏବେ ଭାରତୀୟ କ୍ରିକେଟ ଦଳ ନେଟୱେଷ୍ଟ ଶୃଙ୍ଖଳା ପାଇଁ ଇଂଲଣ୍ଡ ଗସ୍ତରେ ଅଛି। ଏହି ଅବସରରେ କୈଫ ନିଜ ଅବସର ଘୋଷଣା କରି ଟିକିଏ ଭାବୁକ ହୋଇପଡ଼ିଥିଲେ। ସେହି ଐତିହାସିକ ନେଟୱେଷ୍ଟ ଶୃଙ୍ଖଳାକୁ ୧୬ ବର୍ଷ ପୂରିଗଲାଣି। ଭାରତ ପାଇଁ ଖେଳିବା ମୋ ପାଇଁ ଗର୍ବର କଥା ଥିଲା। ଦକ୍ଷିଣ ଆଫ୍ରିକାରେ ବିଶ୍ୱକପ୍‍ କ୍ରିକେଟର ଫାଇନାଲ ପର୍ଯ୍ୟନ୍ତ ଯାଇଥିବା ଭାରତୀୟ ଦଳର ମୁଁ ଅଂଶ ଥିଲି। ଆଜି ମୁଁ ନେଟୱେଷ୍ଟ ଶୃଙ୍ଖଳାର ସେହି ଐତିହାସିକ ପାରିର ୧୬ ବର୍ଷ ପୂର୍ତ୍ତିରେ ଅବସର ଘୋଷଣା କରୁଛି। କୈଫ ୩୨ ଟେଷ୍ଟରୁ ୩୨ ରନ ହାରରେ ୨୭୫୩ ରନ କରିଛନ୍ତି। ସେହିପରି ୧୨୫ ଏକ ଦିବସୀୟରେ ତାଙ୍କ ରନ ହାର ବି ୩୨ ରହିଛି। ସେ ବହୁ ଦିନ ଧରି ଉତ୍ତରପ୍ରଦେଶ କ୍ରିକେଟ ଦଳର ଅଧିନାୟକ ରହିଥିଲେ । କ୍ରିକେଟର ହିନ୍ଦୀ ଭାଷ୍ୟକାର ଭାବେ ସେ ନିଜ ଜୀବନର ଦ୍ୱିତୀୟ ପାଳି ଆରମ୍ଭ କରି ସାରିଛନ୍ତି।

Leave A Reply