www.samajalive.in
Monday, December 15, 2025
15.1 C
Bhubaneswar

ଦୋଷ ମୁକ୍ତ ହେବା ପାଇଁ ଅପହରଣ ନାଟକ, ଥାନାରେ ଅଭିଯୋଗ କଲେ ପୀଡିତ ବୃଦ୍ଧ

ମୋହନା :  ରକ୍ଷକ ସାଜିଲା ଭକ୍ଷକ। ସମାଜରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଯେଉଁ ପୁଲିସ ଉପରେ ଜନସାଧାରଣ ଭରସା କରନ୍ତି, ସେହି ପୁଲିସ ଆଜି ସାଜିଛି ଲାଞ୍ଚୁଆ ଓ ଅପହରଣକାରୀ। ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଗଜପତି ଜ଼ିଲ୍ଲା ମୋହନା ଥାନାରୁ। ଅଭିଯୋଗ ହୋଇଛି ଜଣେ ମହିଳା ପୁଲିସ ଅଧିକାରୀଙ୍କ ବିରୋଧରେ। ସୂଚନା ପ୍ରକାରେ ମୋହନା ଥାନାରେ କାର୍ଯ୍ୟରତ ମହିଳା ଏସ୍.ଆଇ ଜ୍ୟୋତ୍ସ୍ନା ରୟ ଥାନା ଅଞ୍ଚଳର ନୁଣ୍ଡୁୁଜ୍‌ ଗ୍ରାମର ପ୍ରେରିତ ମାଝୀ ନାମକ ଜଣେ ବୃଦ୍ଧଙ୍କ ସମ୍ପର୍କୀୟଙ୍କ ଗଞ୍ଜେଇ ମାମଲାରେ ଜବତ ଏକ ଅଟୋକୁ ମୁକ୍ତ କରିବା ପାଇଁ ସମ୍ପୃକ୍ତ ବୃଦ୍ଧଙ୍କ ଠାରୁ ନିଜ ସହଯୋଗୀ ପିଣ୍ଡିକି ଗ୍ରାମର ପ୍ରଜ୍ଞା ନାୟକଙ୍କ ସହଯୋଗରେ ବିଭିନ୍ନ ପର୍ଯ୍ୟାୟରେ ୨୦ ହଜାର ଟଙ୍କା, ୪ ଟି କୁକୁଡ଼ା ଓ ୫ କେଜି ମାଛ ନେଇଥିଲେ। କିନ୍ତୁ ତାଙ୍କ ଜବତ ଅଟୋଟି ମୁକ୍ତ କରି ନଥିଲେ । ପରେ ପ୍ରେରିତ ସେ ପ୍ରଦାନ କରିଥିବା ଟଙ୍କା ଏସ୍. ଆଇଙ୍କୁ ମାଗିବାରୁ ତାଙ୍କୁ ବିଭିନ୍ନ ଧମକ ଚମକ ଦେଇ ତାଙ୍କ ପାଟି ବନ୍ଦ ରଖିଥିଲେ। ନିରୀହ ଆଦିବାସୀ ବୃଦ୍ଧ ପ୍ରେରିତ ପୁଲିସ ଭୟରେ ଘଟଣା ସମ୍ପର୍କରେ କାହାକୁ ଜଣାଇନଥିଲେ। ଧାର କରଜ କରି ଟଙ୍କା ଦେଇଥିବା ପ୍ରେରିତ ଶେଷରେ ବାଧ୍ୟ ହୋଇ ଗତ ୨୫ ତାରିଖରେ ମହିଳା ଏସ୍. ଆଇ ଜ୍ୟୋତ୍ସ୍ନା ଏବଂ ତାଙ୍କ ସହଯୋଗୀ ପ୍ରଜ୍ଞାଙ୍କ ବିରୋଧରେ ମୋହନା ଥାନାରେ ଲିଖିତ ଅଭିଯୋଗ କରିଥିଲେ।
କିନ୍ତୁ କୌଣସି ନ୍ୟାୟ ନପାଇବାରୁ  ମୋହନା ସାମ୍ବାଦିକ ସଙ୍ଘକୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ଗତ ୨୭ ତାରିଖରେ ମୋହନା ସାମ୍ବାଦିକ ସଙ୍ଘ ସଭାପତି ଲଷ୍ମଣ ଚୌଧୁରୀଙ୍କ ସମେତ ସଙ୍ଘର ସଦସ୍ୟ ମାନେ ପ୍ରେରିତଙ୍କୁ ଥାନାକୁ ନେବା ସହ ତତ୍କାଳୀନ ଥାନା ଅଧିକାରୀଙ୍କୁ ମାମଲା ରୁଜୁ କରିବା ପାଇଁ କହିଥିଲେ। ଘଟଣା ପ୍ରଘଟ ହେଲେ ପୁଲିସ ବିଭାଗ ବଦନାମ ହେବ କହିବା ସହ ସାମ୍ବାଦିକ ମାନଙ୍କୁ ଖବର ପ୍ରକାଶ ନ କରିବା ପାଇଁ ଅନୁରୋଧ କରିବା ସହିତ ତତ୍କାଳୀନ ଥାନା ଅଧିକାରୀ ପ୍ରଶାନ୍ତ ନିଶିକା ଘଟଣାର ସମାଧାନ କରିବା ସହିତ ମହିଳା ଥାନା ଅଧିକାରୀଙ୍କୁ ପୀଡିତ ବୃଦ୍ଧ ପ୍ରେରିତଙ୍କୁ ତୁରନ୍ତ ୨୦ ହଜାର ଟଙ୍କା ଫେରସ୍ତ କରିବା ପାଇଁ କହିଥିଲେ। ପ୍ରେରିତଙ୍କ ସହ ସାମ୍ବାଦିକ ମାନଙ୍କୁ ଏସ୍. ଆଇ ଜ୍ୟୋତ୍ସ୍ନାଙ୍କ ପକ୍ଷରୁ କୌଣସି ଅସୁବିଧା ତଥା ହଇରାଣ ହରକତ ହେବନାହିଁ ବୋଲି ଏକ ଚୁକ୍ତିପତ୍ର ସମ୍ପୃକ୍ତ ଏସ୍. ଆଇ ଏବଂ ତାଙ୍କ ସହଯୋଗୀଙ୍କ ସ୍ଵାକ୍ଷର ସହ ରଖିଥିଲେ। କିନ୍ତୁ ଘଟଣା ଘଟିବା ପରେ ମୋହନା ଥାନା ଅଧିକାରୀ ପ୍ରଶାନ୍ତ ନିଶିକାଙ୍କର ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ବଦଳି ହୋଇଥିଲା। ଘଟଣା ସମ୍ପର୍କରେ ଗଜପତି ଏସ୍.ପି ସ୍ଵାତୀ.ଏସ୍. କୁମାର ଅବଗତ ହେବାପରେ ଏସ୍. ଆଇ ଜ୍ୟୋତ୍ସ୍ନାଙ୍କୁ ତୁରନ୍ତ ଜ଼ିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଇଥିଲେ। କିନ୍ତୁ ବୁଧୁବାର ମୋହନା କୋର୍ଟକୁ ଏକ ଦୁଷ୍କର୍ମ ମାମଲାର ସାକ୍ଷୀ ପାଇଁ ଆସିଥିବା ଏସ୍. ଆଇ ଜ୍ୟୋତ୍ସ୍ନା ତାଙ୍କର କିଛି ସହଯୋଗୀଙ୍କ ସହାୟତାରେ ବୃଦ୍ଧ ପ୍ରେରିତଙ୍କୁ ସକାଳ ୮ଟା ୩୦ ସମୟରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରୁ ନାନା ଆଳ ଦେଖାଇ କିରାମା ଗ୍ରାମ ନିକଟ ଜଙ୍ଗଲକୁ ନେଇଯାଇଥିଲେ ଓ ଦିନ ତମାମ ରଖିଥିଲେ। ଏଭଳିକି ବୃଦ୍ଧଙ୍କ ମୋବାଇଲ ମଧ୍ୟ ବନ୍ଦ କରିଦେଇଥିଲେ।
ପରେ କୋର୍ଟରେ ସାକ୍ଷୀ ସାରି ଏସ୍. ଆଇ ଏବଂ ସହଯୋଗୀ ପ୍ରଜ୍ଞା ଘଟଣା ସ୍ଥଳରେ ପହଞ୍ଚି ପ୍ରେରିତଙ୍କୁ ୧୦ ହଜାର ଟଙ୍କା ଯାଚିବା ସହ ନିଜେ ଦୋଷମୁକ୍ତ ବୋଲି ଲେଖି ଆଣିଥିବା ଏକ ଯାଚିକା ପତ୍ରରେ ପ୍ରେରିତଙ୍କୁ ସ୍ଵାକ୍ଷର କରିବା ପାଇଁ ବାଧ୍ୟ କରିଥିଲେ। ସେ ମନା କରିବାରୁ ନାନା ପ୍ରକାର ଧମକ ଚମକ ଦେବା ଫଳରେ ବୃଦ୍ଧ ଜଣକ ବାଧ୍ୟ ହୋଇ ସ୍ଵାକ୍ଷର କରିଥିଲେ। ପରେ ସନ୍ଧ୍ୟା ସମୟରେ ବୃଦ୍ଧଙ୍କୁ ଛାଡିଥିଲେ । ଏନେଇ ବୃଦ୍ଧ ପ୍ରେରିତ ମାଝୀ ଗୁରୁବାର ମୋହନା ଥାନାରେ ଲିଖିତ ଅଭିଯୋଗ କରିବା ପରେ ମହିଳା ଏସ୍. ଆଇଙ୍କ ସମସ୍ତ କାରନାମାର ଗୁମର ଫିଟିଛି। ବର୍ତ୍ତମାନ ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ବୃଦ୍ଧଙ୍କ ଅଭିଯୋଗ ଗ୍ରହଣ କରିବା ସହ ତଦନ୍ତ କରି ବୃଦ୍ଧଙ୍କୁ ନ୍ୟାୟ ଦିଆଯିବା ସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories